Latest Odisha News

BREAKING NEWS

ଡାଲଚିନ୍‌ ଖାଉଛନ୍ତି କି !

ବର୍ତ୍ତମାନର ଜୀବନଶୈଳୀରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଛି । ଖାଦ୍ୟ ସେବନରେ ହେଳା କରିବା ଦ୍ୱାରା ଅନେକ ମାରାତ୍ମକ ରୋଗର ଶିକାର ହୋଇଥାଉ । ତେଣୁ ଏସବୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ,ମଧୁମେହ ଆଦି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ବ୍ୟତୀତ କୋଲେଷ୍ଟେରୋଲ୍‌‌ ସମସ୍ୟା ପାଇଁ ଅନେକ ମଧ୍ୟ ଚିନ୍ତିତ। ଆଜି କାଲି କମ୍‌‌ ବୟସର ଲୋକେ ମଧ୍ୟ ଏହି ରୋଗ ଶିକାର ହେଉଥିବା ଦେଖାଯାଉଛି। ଜଙ୍କ୍‌‌ ଫୁଡ୍‌‌ର ଅଧିକ ସେବନ ଓ ରାତି ଅନିଦ୍ରାର ବଦଭ୍ୟାସ କୋଲେଷ୍ଟେରୋଲ୍‌‌ର ମୁଖ୍ୟ କାରଣ ବୋଲି କୁହାଯାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଜିନିଷ ସାମିଲ କରିବା ଆବଶ୍ୟକ। ଜାଣନ୍ତୁ..

ଖାଦ୍ୟର ସ୍ୱାଦକୁ ବଢାଉଥିବା ଡାଲଚିନି କୋଲେଷ୍ଟେରୋଲ୍‌‌ ସମସ୍ୟା ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ। ଗରମ ମସଲା ଭାବେ ବ୍ୟବହାର କରାଯାଉଥିବା ଡାଲଚିନ କୋଲେଷ୍ଟେରୋଲ୍‌‌ କୁ ନିୟନ୍ତ୍ରଣ କରିବାରେ ଲାଭଦାୟକ। ତେବେ ଡାଲଚିନିକୁ ପେଷି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହାକୁ ନିୟମିତ ଏକ ଗ୍ଲାସ ପାଣିରେ ସାମାନ୍ୟ ମିଶାଇ ପିଅନ୍ତୁ। ନିୟମିତ ଭାବେ ଏହାର ସେବନ କଲେ କୋଲେଷ୍ଟେରୋଲ୍‌‌ ସ୍ତର ନିୟନ୍ତ୍ରିତ ହୋଇ ଥାଏ। ତେବେ କୋଲେଷ୍ଟେରୋଲ୍‌‌ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ମଧ୍ୟ ସେବନ କରନ୍ତୁ।

ଅନେକ ସମୟରେ ରୋଷେଇ ଘରେ ଥିବା କିଛି ମସଲା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହେବା ସହ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେବେ ରୋଷେଇ ଘରେ ଥିବା ଏକ ମସଲା କୋଲେଷ୍ଟେରୋଲ୍‌‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ସେହି ମସଲା ହେଉଛି ଅଳସୀ ମଞ୍ଜି  ।
କୋଲେଷ୍ଟେରୋଲ୍‌‌କୁ ନିୟନ୍ତ୍ରଣ କରିବାକୁ ହେଲେ ଅଳସୀ ମଞ୍ଜି ଖୁବ୍‌‌ ଉପକାରୀ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି। ଏହା ଉଚ୍ଚ କୋଲେଷ୍ଟେରୋଲ୍‌‌କୁ ନିୟନ୍ତ୍ରଣ କରିବାରେ ଖୁବ ଉପକାରୀ। ଏଥିରେ ଫାଇବର, ପ୍ରୋଟିନ୍‌‌, ଆଇରନ ଓ ଭିଟାମିନ୍‌‌ ରହିଛି। ତେବେ କୋଲେଷ୍ଟେରୋଲ୍‌‌କୁ ନିୟନ୍ତ୍ରଣ କରିବାକୁ ହେଲେ ଅଳସୀ ମଞ୍ଜିକୁ ପେଷି ଗୁଣ୍ଡ କରି ରଖନ୍ତୁ। ନିୟମିତ ଏକ ସପ୍ତାହ ଏହାର ସେବନ କଲେ କୋଲେରୋଷ୍ଟେଲ୍‌‌ ନିୟନ୍ତ୍ରଣ ହୋଇ ରହିଥାଏ। ଏହାସହ ଏହା ପାଚନ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

 

Leave A Reply

Your email address will not be published.