Latest Odisha News

ମୋହନ ଭାଗବତଙ୍କ ବୟାନ ନେଇ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ସମାଜରେ ଜାତି ପ୍ରଥା ବ୍ରାହ୍ମଣଙ୍କ ଦ୍ୱାରା ସୃଷ୍ଟି ବୋଲି ବୟାନ ଦେଇ ଆରଏସଏସ ପ୍ରମୁଖ ମୋହନ ଭାଗବତ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ତାଙ୍କର ଏହି ବୟାନ ନେଇ ଆଜି ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଭଗବତ ଗୀତାରେ ଭଗବାନ ସ୍ୱୟଂ କହିଛନ୍ତି ସେ ମନୁଷ୍ୟର ବର୍ଣ୍ଣ ତିଆରି କରିଛନ୍ତି । ଭଗବତ କେଉଁ ଅନୁସନ୍ଧାନରୁ ବ୍ରାହ୍ମଣଙ୍କ ଉପରେ ଦୋଷ ଲଦୁଛନ୍ତି । ସେ ଯାହା କିଛି କହୁଛନ୍ତି ସେ ନେଇ ପୂର୍ବରୁ ଭାବିବା ଉଚିତ । ଭାଗବତଙ୍କ ପରି ବ୍ୟକ୍ତି ଯଦି ଏପରି କହିବେ ଆମେ ତାଙ୍କୁ କଣ କହିବୁ । ଏହି ଅବସରରେ ସେ ହିନ୍ଦୁ ରାଷ୍ଟ୍ର ଦାବୀ ମଧ୍ୟ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଥିଲେ । ଏହା କେବଳ ଏକ ରାଜନୈତିକ ପ୍ରଚାର । କେବଳ ହିନ୍ଦୁ ରାଷ୍ଟ୍ର ହୋଇଗଲେ ସମାଜରେ ସୁଖ ଶାନ୍ତି ଆସିଯିବ କି ?

କହିବାକୁ ଗଲେ ରାବଣ ଏବଂ କଂସ ବି ହିନ୍ଦୁ ଥିଲେ । ଜଣେ ବ୍ରାହ୍ମଣ ଥିବା ବେଳେ ଅନ୍ୟ ଜଣେ କ୍ଷତ୍ରୀୟ ଥିଲେ । ସେହିପରି ସଂସଦରେ ଗେରୁଆ ବସ୍ତ୍ର ପିନ୍ଧୁଥିବା ନେତା ଧାର୍ମିକ ବ୍ୟକ୍ତି ନୁହନ୍ତି । ବିଜେପି ହେଉ କିମ୍ବା ଅନ୍ୟ ଯେ କୌଣସି ଦଳ ରାଜନୀତିରେ ପ୍ରବେଶ କରିଛ ମାନେ ତୁମକୁ ଧର୍ମ ନିରପେକ୍ଷ ହେବାକୁ ପଡିବ । ରାମଚରିତ ମାନସ ଉପରେ ବିବାଦୀୟ ମନ୍ତବ୍ୟ ନେଇ ସମାଜକୁ ଭାଗ ଭାଗ କରି ଭୋଟ ନେବା ରାଜନେତାଙ୍କ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି ।

Comments are closed.