ସୋସିଆଲ ମିଡିଆରେ ଏକ ଅଜବ ଭିଡିଓ ସାମ୍ନାକୁ ଆସିଛି। ଦେଖିଲେ ତା ଆଖି ବିଶ୍ୱାସ କରୁନି । କିନ୍ତୁ କଥାଟା ସତ। ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ଷଣ୍ଢର ମୁଣ୍ଡରେ ରହିଛି ତିନୋଟି ଶିଙ୍ଗ ।
ସାଧାରଣତଃ ଗାଇ, ବଳଦ, ଷଣ୍ଢ ଏବଂ ଛେଳିର ମୁଣ୍ଡରେ ଦୁଇଟି ଲେଖାଏଁ ଶିଙ୍ଗ ରହିଥାଏ । ଯାହା ସାହାଯ୍ୟରେ ସେମାନେ ନିଜକୁ ରକ୍ଷା କରିଥାନ୍ତି । ହେଲେ ଏହି ଭିଡିଓରେ ଷଣ୍ଢର ମୁଣ୍ଡରେ ତିନୋଟି ଶିଙ୍ଗ ବଢୁଥିବା ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି।
कभी देखा है तीन सींग वाला सांड…#bull #Trending #TrendingNow #viral2023 pic.twitter.com/M96T3uIrF7
— Narendra Singh (@NarendraNeer007) January 28, 2023
ଭିଡିଓଟିକୁ ନରେନ୍ଦ୍ର ସିଂ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ, ଷଣ୍ଢ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାର ମୁଣ୍ଡରେ ତିନୋଟି ଲମ୍ବା ଲମ୍ବା ଶିଙ୍ଗ ରହିଛି । ତେବେ ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନେକ ଏହାକୁ ବିଶ୍ୱାସ କରିପାରୁ ନଥିବା କହିଥିବା ବେଳେ କିଛି ଲୋକ ଏହା ଜେନେଟିକ ପରିବର୍ତ୍ତନ ପାଇଁ ହୋଇଥିବା କହିଛନ୍ତି । ତେବେ ଏହି ଷଣ୍ଢଟି କେଉଁଠି ଦେଖିବାକୁ ମିଳିଛି ଏବଂ ଏହାର ପ୍ରଜାତି କ’ଣ ସେ ବିଷୟରେ କିଛି ବି ତଥ୍ୟ ନାହିଁ । ଭିଡିଓଟି ବର୍ତ୍ତମାନ ସୁଧା ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଭ୍ୟୁ ପାଇବାରେ ଲାଗିଛି ।
Comments are closed.