Latest Odisha News

BREAKING NEWS

ସାରା ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ପରାକ୍ରମ

ବେଙ୍ଗାଲୁର: ଆକାଶରେ ବୀରତ୍ୱ ଦେଖାଇଲା ବାୟୁସେନା । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ବାୟୁସେନାର ପରାକ୍ରମ । ଆଖି ପିଛୁଳାକେ ଏକାଧିକ ଲଢୁଆ ବିମାନ ପଇଁତରା ମାରୁଥିଲେ । ଆଜି ବେଙ୍ଗାଲୁରରେ ଆରମ୍ଭ ହୋଇଛି ଏସିଆର ସବୁଠାର ବଡ ଏରୋ ଇଣ୍ଡିଆ-୨୦୨୩ ଶୋ  । ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ ହେବାକୁ ଥିବା ଏହି ଏୟାର ସୋକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶୋର ଶୁଭାରମ୍ଭ କରିଛନ୍ତି । ୫ ଦିନ ଧରି ଚାଲିବ ଏହି ସୋ । ଏରୋ ଇଣ୍ଡିଆର ୧୪ତମ ସଂସ୍କରଣରେ ସ୍ୱଦେଶୀ ଉପକରଣ ତଥା ଟେକନିକର ପ୍ରଦର୍ଶନ କରାଯିବ । ଏହି ଏୟାର ସୋରେ ୯୮ଟି ଦେଶର ପାଖାପାଖି ୮୦୯ଟି ଡିଫେନ୍ସ କମ୍ପାନୀ ସାମିଲ ହୋଇଛନ୍ତି । ଏଥିରେ ବଭିନ୍ନ ପ୍ରକାରର ମିଲିଟାରୀ ଏୟାରକ୍ରାପ୍ଟ, ହେଲିକପ୍ଟର, ଉନ୍ନତ ମାନର ଉପକରଣ ପ୍ରଦର୍ଶନ କରାଯାଇଛି ।

ପ୍ରାୟ ୩୫ ହଜାର ବର୍ଗ ମିଟର ପରିସରରେ ଏରୋ ଶୋ ଆୟୋଜିତ ହୋଇଛି । ଏଥିରେ 98ଟି ଦେଶ ଅଂଶଗ୍ରହଣ କରିବା ସହ ୩୨ ଟି ଦେଶର ପ୍ରତିରକ୍ଷା ମନ୍ତ୍ରୀ, ୨୯ଟି ଦେଶର ବାୟୁସେନା ମୁଖ୍ୟ ଅଂଶଗ୍ରହଣ କରିଛନ୍ତି ।

ଚଳିତ ବର୍ଷ ଏହି ସୋରେ ୭୩୭ ପ୍ରଦର୍ଶନକାରୀ ଭାଗ ନେଉଛନ୍ତି । ସେଥିରୁ ୬୪୩ ଭାରତର ଏବଂ ଅନ୍ୟ ୩୦ ଦେଶର ୯୪ ପ୍ରଦର୍ଶନକାରୀ ଅଛନ୍ତି। ଏହି ଏୟାର ଶୋରେ, ହାଲର ୧୫ଟି ହେଲିକପ୍ଟର ଭାଗ ନେଉଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏୟାର ଇଣ୍ଡିଆା ଭାରତର ନୂଆ ଶକ୍ତି ଏବଂ ଆକାଂକ୍ଷାର ପ୍ରଦର୍ଶନ କରୁଛି। ଭାରତ ନିର୍ମିତ ତେଜସ୍ ବିମାନ ତଥା ବିମାନ ବାହକ ପୋତ ଆଇଏନଏସ ବିକ୍ରାନ୍ତ ଭାରତର ଶକ୍ତିର ଜ୍ୱଳନ୍ତ ଉଦାହରଣ ବୋଲି ମୋଦି କହିଥିଲେ ।

 

 

Leave A Reply

Your email address will not be published.