Latest Odisha News

BREAKING NEWS

କଥା ଦେଇ ୨ବର୍ଷ ପରେ କଥା ପୂରଣ କଲେ ସୋନୁ ସୁଦ୍

ମୁମ୍ବାଇ: ଲକଡାଉନ୍ ସମୟରେ ଯେତେବେଳେ ଦେଶର ବଡ ସେଲିବ୍ରିଟିମାନେ ଘରେ ରହି ସୋସିଆଲ ମିଡିଆରେ  ଭିଡିଓ ସେୟାର କରୁଥିଲେ । ସେତେବେଳେ ଅଭିନେତା ସୋନୁ ସୁଦ ଗରିବ ଶ୍ରମିକମାନଙ୍କ ପାଇଁ ରାସ୍ତାକୁ ଓହ୍ଲାଇ ଥିଲେ । ଏବେ ସେ କେବଳ ଏକ ଷ୍ଟାର ନୁହଁନ୍ତି ଗରିବ ଲୋକଙ୍କ ଭଗବାନ । ସୋନୁ ସୁଦ ପରଦାରେ ହିରୋ ହେବା ସହ ଖଳନାୟକ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ଭାରତ ସହ ଭାରତ ବାହାରେ ଫସିଥିବା ଭାରତୀୟଙ୍କୁ ସେ ସାହାଯ୍ୟ କରିଥିଲେ। ତାଙ୍କର ସାହାଯ୍ୟ ପାଇ ଜୟପୁରର ଜଣେ ବ୍ୟକ୍ତି ଦୁଇ ବର୍ଷ ପୂର୍ବେ ଏକ ଖାଦ୍ୟ ଷ୍ଟଲ୍ ଖୋଲିଥିଲେ। ସୋନୁ ସୁଦଙ୍କ ନାଁରେ ସେ ତାଙ୍କ ଖାଦ୍ୟ ଷ୍ଟଲର ନାଁ ରଖିଥିବା ଜାଣିବା ସୋନୁ ତାଙ୍କୁ ଭେଟିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।

ଶନିବାର ଦିନ ସୋନୁ ଷ୍ଟଲ ମାଲିକଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘କୋଭିଡ ସମୟରେ ବଳରାଜ ଜୀ ଜୟପୁରରେ ମୋ ନାଁରେ ଏକ ଫାଷ୍ଟଫୁଡ ଦୋକାନ ଖୋଲିଥିଲେ ଏବଂ ମୁଁ ପ୍ରତିଶ୍ରୁତି ଦେଇଥିଲି ଯେ ଦିନେ ମୁଁ ତାଙ୍କୁ ଭେଟିବାକୁ ଆସିବି। ଦୁଇ ବର୍ଷ ପରେ ମୁଁ ତାଙ୍କୁ ଦେଖା କରିବାର ‌ସୌଭାଗ୍ୟ ପାଇଲି। ବଳରାଜ ଜୀ ବହୁତ ସ୍ନେହୀ । ଭଗବାନ କରନ୍ତୁ ସେ ଶୀଘ୍ର ତାଙ୍କର ପାଞ୍ଚ ତାରକା ହୋଟେଲ ଖୋଲନ୍ତୁ।

Leave A Reply

Your email address will not be published.