ଓ୍ୱାଶିଂଟନ୍ : ୟୁଏସ୍ ଆର୍ମିର ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମେରିକାର ଅଲବାମାରେ ହେଲିକପ୍ଟରଟି ଜଳିଯାଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।
କୁହାଯାଉଛି , ଅଲବାମାରେ ୟୁଏସ୍ ଆର୍ମିର ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ବୁଧବାର ଦିନ ୩ ଟା ୩୦ ଅଲବାମାର ନ୍ୟାସନାଲ ହାଇୱେ-୫୩ ନିକଟରେ ଘଟିଛି । ଦୁର୍ଘଟଣାରେ ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା।ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାରେ ଅନ୍ୟ କେହି ଆହତ ହୋଇନଥିବା ଜଣାପଡିଛି । ତେବେ ହେଲିକପ୍ଟରରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
Damn 😔
2 US National Guardsmen killed in Black Hawk helicopter crash near Alabama highway.https://t.co/guTVgMekZd pic.twitter.com/5dWVBgDnRi
— 🅰️bacus #fella (@TradersAbacus) February 16, 2023
ଆମେରିକାର ପ୍ରତିନିଧୀ ଡାଲ୍ ଷ୍ଟ୍ରଙ୍ଗ ଟୁଇଟ୍ କରି କହିଛନ୍ତି ଯେ, ‘‘ମେଡିସନ କାଉଣ୍ଟିରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ମୁଁ ଗଭୀର ଦୁଃଖିତ। ଏହି ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପାଇଁ ମୋର ହୃଦୟରୁ ସମବେଦନା ଜଣାଉଛି। ”
I’m deeply saddened by the fatal helicopter crash that happened in Madison County today.
My heart hurts for those who lost their lives in this tragic incident and for their families as they learn of this news.
— Dale W. Strong (@RepDaleStrong) February 15, 2023
ଏହା ପୂର୍ବରୁ ଗତବର୍ଷ ଜୁଲାଇରେ ମେକ୍ସିକୋର ସିନାଲୋଆରେ ବ୍ଲାକ ହକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ହେଲିକପ୍ଟରରେ ୧୫ ଜଣ ଲୋକ ରହିଥିଲେ । ଏହି ଘଟଣା ପରେ ମେକ୍ସିକୋର ଡ୍ରଗ ମାଫିଆ ରାଫେଲ କାରୋ କ୍ୱିନତେରୋଙ୍କୁ ଗିରଫ କରାଯାଇଥିଲା।
Comments are closed.