Latest Odisha News

BREAKING NEWS

ଇଣ୍ଡୋନେସିଆରେ ଭୂମିକମ୍ପ; ଲାଗିଲା ୬.୮ ତୀବ୍ରତାର ଝଟ୍‌କା

ଜକାର୍ତ୍ତା: ଇଣ୍ଡୋନେସିଆରେ ଭୂମିକମ୍ପ। ଶୁକ୍ରବାର ସକାଳେ ପୂର୍ବୋତ୍ତର ରାଜ୍ୟ ମାଲୁକରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଛି। ତେବେ ସୌଭାଗ୍ୟ ବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ କି ସୁନାମୀ ଆସିବାର ଭୟ ସତର୍କ ସୂଚନା ବି ଦିଆଯାଇ ନାହିଁ।

ସ୍ଥାନୀୟ ସମୟ ଅନୁସାରେ ଭୋର ୩.୦୨ରେ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ର ସ୍ଥଳ ମୋରୋ ତାଇ ଦ୍ୱୀପ ଜିଲ୍ଲା ଠାରୁ ୧୩୩ କିମି ଦୂରରେ ରହିଥିବା ବେଳେ ସମୁଦ୍ର ପତନ ଠାରୁ ୧୧୨ କିମି ଗଭୀରରେ ହୋଇଛି। ତେବେ ସୁନାମୀ ନେଇ କୌଣସି ସୂଚନା ନାହିଁ ବୋଲି ଇଣ୍ଡୋନେସିଆର ପାଣିପାଗ, ଜଳବାୟୁ ଓ ଭୂ-ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ଭୂମିକମ୍ପର ତୀବ୍ରତା ଏତେ ଥିଲା ଯେ ଏହାର ପ୍ରଭାବ ଉତ୍ତର ସୁଲାୱେସୀ ଠାରେ ଦେଖିବାକୁ ମିଳିଥିଲା।

ଏହି ଭୂମିକମ୍ପରେ କୌଣସି ଘର କି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇ ନାହିଁ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ପ୍ରବକ୍ତା ଅବଦୁଲ ମୁହାରୀ ଚୀନ ଗଣମାଧ୍ୟମ ସିନହୁଆ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି।

Comments are closed.