ଭୁବନେଶ୍ୱର: ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଗାଁକୁ ଯାଇ ଲୋକଙ୍କୁ ବଜେଟର ବ୍ୟବସ୍ଥା ବାବଦରେ ବୁଝାଇବାକୁ । ବଜେଟ ଉପସ୍ଥାପନ ପରେ ନବୀନ ନିବାସରେ ସମସ୍ତ ବିଜେଡି ବିଧାୟକ, ସାଂସଦ ଓ ଦଳୀୟ ନେତା ଏକାଠି ହୋଇଥିଲେ। ବଜେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ନେତା ଧନ୍ୟବାଦ ଦେଇଥିଲେ।
ବିଧାୟକ ଓ ମନ୍ତ୍ରୀମାନେ ଏବେ ବ୍ଲକକୁ ଯାଇ ବିଭିନ୍ନ ସ୍ତରର ଲୋକଙ୍କୁ ଏକାଠି କରି ବଜେଟ ବାବଦରେ ବୁଝାଇବେ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।
ରାଜ୍ୟ ସରକାର ଚଳିତ ବଜେଟରେ ୨୦ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବେ। ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମିରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ର ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
Comments are closed.