Latest Odisha News

‘ସବୁଠାରୁ ଖୁସି ଲୋକ’ ଭାବେ ବିଶ୍ୱ ରେକର୍ଡ

ଆପଣ କେବେ କାହାକୁ ଭେଟିଛନ୍ତି କି ଯିଏ ସବୁବେଳେ ଖୁସି? ମାନେ ତାଙ୍କ ଚେହେରାରେ କେବେ ଦୁଃଖୀ ହେବା ଦେଖିନାହାନ୍ତି । ବୋଧହୁଏ ଏମିତି ଲୋକଙ୍କୁ ଆପଣ ସାମ୍ନା କରି ନ ଥିବେ । କିନ୍ତୁ ଆମେରିକାର ଜଣେ ବ୍ୟକ୍ତିଙ୍କୁ ଭେଟିଲେ ଆପଣ ଦୁଃଖୀ ହେଉ ନ ଥିବା ଅନୁଭବ ତାଙ୍କଠାରୁ ପାଇବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ବ୍ୟକ୍ତି ବାସ୍ତବରେ ବିିଭିନ୍ନ ସମସ୍ୟାରେ ବୁଡ଼ି ରହିଛନ୍ତି । ତଥାପି ସେ ଖୁସି ଲୋକ ଭାବେ ନିଜ ନାମକୁ ଗିନିଜ୍ ବୁକ୍ ଅଫ ୱାଲ୍‌ର୍ଡରେ ସ୍ଥାନୀତ କରିପାରିଛନ୍ତି ।

ଏହି ବ୍ୟକ୍ତିଙ୍କ ନାମ ଜେଫ୍ ରିଟେଜ୍‌, ଯିଏ କାଲିଫର୍ଣ୍ଣିଆର ମୂଳ ବାସିନ୍ଦା । ସେ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ । କ୍ରମାଗତ ଭାବରେ ୨୯୯୫ ଥର ଡିଜନିଲ୍ୟାଣ୍ଡ ପାର୍କ ପରିଦର୍ଶନ କରିଛନ୍ତି, ସେଥିଲାଗି ତାଙ୍କୁ ବିଶ୍ୱ ରେକର୍ଡରେ ସ୍ଥାନ ମିଳିଛି । ଡିଜନିଲ୍ୟାଣ୍ଡକୁ ‘ପୃଥିବୀର ସବୁଠାରୁ ଖୁସି ସ୍ଥାନ’ କୁହାଯାଇଥାଏ । ଜେଫ୍ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେ, ତାଙ୍କ ନାମ ଗିନିଜ ବୁକ୍ ଅଫ ୱାର୍ଲଡରେ ପଞ୍ଜୀକୃତ ହୋଇଥିବାରୁ ସେ ବହୁତ ଖୁସି । ଜେଫ୍ ୨୦୧୨ ମସିହା ଜାନୁୟାରୀ ପହିଲାରୁ କାଲିଫର୍ଣ୍ଣିଆର ଡିଜନିଲ୍ୟାଣ୍ଡ ପାର୍କ ପରିଦର୍ଶନ କରିବା ଆରମ୍ଭ କରିଥିଲେ । ସେତେବେଳେ ସେ କୌଣସି ରୋଜଗାର କରୁ ନ ଥିଲେ । ସେ ଭାବୁଥିଲେ ନିୟମିତ ପାର୍କକୁ ଗଲେ ଜଣେ ବ୍ୟକ୍ତି ନିଜର ଦୁଃଖ ଦୂର କରିପାରିବ । ତେଣୁ ସେ ପ୍ରତ୍ୟେକ ଦିନ ଉକ୍ତ ପାର୍କକୁ ଯିବା ସହ ଦିନେ ଦିନେ ରାତିରେ ମଧ୍ୟ ସେଠାରେ ରହିଯାଉଥିଲେ ।
୫୦ ବର୍ଷିୟ ଜେଫ ଓ ତାଙ୍କ ପ୍ରେମିକା କାଲିଫର୍ଣ୍ଣିଆର ହଣ୍ଟିଂଟନ ବିଚରୁ ଏହି ଯାତ୍ରା ଆରମ୍ଭ କରିଥିଲେ । ଦୁହେଁ ସେତେବେଳେ ବେକାର ଥିଲେ । ବର୍ଷର ପ୍ରତ୍ୟେକ ଦିନ ଏକ ଥିମ୍ ପାର୍କକୁ ଗଲେ ମଜା ଲାଗିବ ବୋଲି ଭାବିଥିଲେ । ପରେ ଲଗାତାର ଭାବେ ୨୯୯୫ ଥର ଉକ୍ତ ପାର୍କ ପରିଦର୍ଶନ କରିଛନ୍ତି । ତାଙ୍କର ଏହି ଯାତ୍ରା ୨୦୨୦ ମସିହା ମାର୍ଚ୍ଚ ୧୩ ତାରିଖରେ ଶେଷ ହୋଇଥିଲା । କାରଣ କରୋନା ମହାମାରୀ ଯୋଗୁ ଏହି ପାର୍କକୁ ବନ୍ଦ କରିଦିଆଯାଇଥିଲା ।

Comments are closed.