Latest Odisha News

ଆଫଗାନିସ୍ତାନରେ ଆକ୍ସନ ମୋଡରେ ତାଲିବାନ ; ଆଇଏସ ଖୁରାସାନାର ସେନା ମୁଖ୍ୟଙ୍କୁ ହତ୍ୟା

କାବୁଲ:ଆଫଗାନିସ୍ତାନରେ ତାଲିବାନ ସରକାର  ଇସଲାମିକ ଷ୍ଟେଟ ଖୁରାସାନ ପ୍ରାନ୍ତ (ISKP) ରେ ଏକ ବଡଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ତାଲିବାନ ସରକାରର ମିନିଷ୍ଟର ଅଫ ବାର ଏବଂ ସେନା ମୁଖ୍ୟ କାରୀ ଫେତହଙ୍କୁ ହତ୍ୟା କରାଯାଇଛି । କାରୀ ଫେତହଙ୍କୁ UNSC  ମନିଟରିଂ ଟିମ ମେ ୨୦୦୨ରେ ସେନା ମୁଖ୍ୟ ଭେବେ ନିଯୁକ୍ତି ଦିଆଯାଇଥିଲା ।

ତାଲିବାନ୍ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦଙ୍କ କହିବା ଅନୁଯାୟୀ, କାବୁଲରେ ସୋମବାର ହୋଇଥିବା ଏକ ଅପରେଶନରେ କାରୀ ଫେତହଙ୍କୁ ହତ୍ୟା କରାଯାଇଛି ।  ଏଥି ସହିତ ଇସଲାମିକ ଷ୍ଟେଟ ହିନ୍ଦ ପ୍ରାନ୍ତର ଅହମ୍ମଦ ଅହଙ୍ଗରଙ୍କ ସହ ୨ ଅନ୍ୟ ସହଯୋଗୀଙ୍କୁ ମଧ୍ୟ ହତ୍ୟା କରିଥିବା ଦାବି କରିଛନ୍ତି ତାଲିବାନ ପ୍ରବକ୍ତା ।

ଏଠି କହିରଖିବୁ, ତାଲିବାନ ହାତରେ ପ୍ରାଣ ହରାଇଥିବା କାରି ଫତେହ ISKP ପାଇଁ ରଣନୀତି ପ୍ରସ୍ତୁତ କରୁଥିଲା । ନିକଟରେ କାବୁଲ, ଋଷ, ପାକିସ୍ତାନ ଓ ଚିନର ଦୂତାବାସ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ।

Comments are closed.