Latest Odisha News

BREAKING NEWS

କେଜ୍ରିୱାଲଙ୍କ ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା, ନୂଆ ମନ୍ତ୍ରିମଣ୍ଡଳ ଗଠନ ସମ୍ଭାବନା କମ୍

ନୂଆଦିଲ୍ଲୀ: ଦିଲ୍ଲୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଦୁଇ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗ୍ରହଣ କରିଛନ୍ତି। ଇସ୍ତଫା ଦେଇଥିବା ଉଭୟ ନେତାଙ୍କୁ ବିଭିନ୍ନ ମାମଲାରେ ଅଭିଯୁକ୍ତ କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ପରେ ମନୀଷ ସିସୋଦିଆ ଆମ୍ ଆଦମୀ ପାର୍ଟିର ସବୁଠାରୁ ବଡ ନେତା ଥିଲେ। ଦିଲ୍ଲୀ ସରକାରରେ ଥିବା ୩୩ଟି ପୋର୍ଟଫୋଲିଓ ମଧ୍ୟରୁ ତାଙ୍କ ପାଖରେ ୧୮ଟି ବିଭାଗ ଥିଲା।

ସିସୋଦିଆଙ୍କ ପାଖରେ ଶିକ୍ଷା, ଅର୍ଥ, ଅବକାରୀ, ଶକ୍ତି, ଜଳ, ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା। ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ୯ ମାସ ହେବ ତିହାର ଜେଲରେ ଅଛନ୍ତି। ସେ ଜେଲ ଯିବା ପରେ ତାଙ୍କ ପାଖରେ ଥିବା ବିଭାଗର ଦାୟିତ୍ୱ ସିସୋଦିଆଙ୍କୁ ଦିଆଯାଇଥିଲା। ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଛି। ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ସିବିଆଇ।

ସିସୋଦିଆ ଏବଂ ସତ୍ୟେନ୍ଦ୍ରଙ୍କ ଇସ୍ତଫା ପରେ କେଜ୍ରିୱାଲ କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ କୌଣସି ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବ ନାହିଁ। ସେହିପରି ମନୀଷ ସିସୋଦିଆଙ୍କ ପାଖରେ ଥିବା ପୋର୍ଟଫୋଲିଓ କୈଳାଶ ଗେହଲୋଟ୍ ଏବଂ ରାଜକୁମାର ଆନନ୍ଦଙ୍କୁ ଦିଆଯାଇପାରେ।

ସିବିଆଇର ଗିରଫଦାରୀ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ଯାଲେଞ୍ଜ କରି ମନୀଷ ସିସୋଦିଆ ସୁପ୍ରିମକୋର୍ଟ ଯାଇଥିଲେ।ଏହାପରେ ସର୍ବୋଚ୍ଚ କୋର୍ଟ ମନୀଷ ସିସୋଦିଆଙ୍କୁ ପ୍ରଥମେ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି। ଏବେ ଆମ୍ ଆଦମୀ ପାର୍ଟି କହିଛି ଯେ ସିସୋଦିଆଙ୍କ ଜାମିନ ପାଇଁ ଏହା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ।

 

Comments are closed.