Latest Odisha News

ମୋବାଇଲ ଛଡ଼ାଇ ନେବାରୁ ୧୭ ମହଲାରୁ ଡେଇଁଲା ପୁଅ, ତା ପରେ ଯାହା ହେଲା..

ଏବେକା ସମୟରେ ସ୍ମାର୍ଟଫୋନ୍ ଲୋକଙ୍କ ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ, ବରଂ ଆବଶ୍ୟକତା ପାଲଟି ଯାଇଛି । ପାଖରେ ମୋବାଇଲ ନ ଥିଲେ ଜଣେ ଏକ ବିଚ୍ଛିନ୍ନାଞ୍ଚଳରେ ରହିବା ପରି ମନେ ହେଉଛି । କାରଣ ପ୍ରତିକ୍ଷେତ୍ରରେ ଏବେ ମୋବାଇଲ ନିହାତି ଆବଶ୍ୟକ । ଚିନ୍ତାଜନକ କଥା ହେଉଛି କେବଳ ବୟସ୍କମାନେ ନୁହଁନ୍ତି ଛୋଟ ପିଲାମାନେ ମଧ୍ୟ ମୋବାଇଲ ଆଡ଼ିକ୍‌ଟେଡ଼ ବା ମୋବାଇଲ ଅବ୍ୟସ୍ଥ ହୋଇ ଯାଇଛନ୍ତି । ପାଠପଢା ସମୟରେ ମୋବାଇଲର ଆବଶ୍ୟକତା ତ ରହୁଛି ତାହାସହିତ ମୋବାଇଲରେ ଗେମ୍ ଓ ଭିଡ଼ିଓ ଦେଖିବା ପାଇଁ ପିଲାମାନେ ଅଧିକ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି । ଏହି କାରଣରୁ ଛୋଟ ବୟସ୍କରୁ ପିଲାଙ୍କର ଦୃଷ୍ଟି ଶକ୍ତି ମଧ୍ୟ କମୁଛି । ଏକଥା ସତ ଯେ, ପିଲାମାନେ ଅଧିକ ସମୟ ମୋବାଇଲ ବ୍ୟବହାର କରୁଥିବା କାରଣରୁ ପରିବାରରେ ବାପାମାଆ ବିରକ୍ତ ହୋଇଥାନ୍ତି । କିନ୍ତୁ ଯଦି ଏହି ବିରକ୍ତି କାରଣରୁ ପିଲାମାନେ ଭୟଙ୍କର ନିଷ୍ପତ୍ତି ନିଅନ୍ତି ତାହାହେଲେ ସ୍ଥିତି କ’ଣ ହେବ ଥରେ ଭାବନ୍ତୁ । ଏମିତି ଏକ ଘଟଣା ଘଟିଛି ସିଙ୍ଗାପୁରରେ ।

ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁସାରେ, କିଛି ଦିନ ପୂର୍ବେ ସିଙ୍ଗାପୁରରେ ଏଭଳି ଘଟଣା ଘଟିଛି, ଯେଉଁଥିରେ ମୋବାଇଲକୁ ବାରଣ କରାଯିବାରୁ ଘରର ଝରକା ବାହାରକୁ ଯାଇ ୧୭ ମହଲା ଉପରୁ ଡ଼େଇଁବାକୁ ଧମକ ଦେଲା ପିଲାଟିଏ । ଅବୁଝା ପିଲାକୁ କ’ଣ କରିବାକୁ ପଡ଼ିବ, କେମିତି ତାକୁ ରୋକିବାକୁ ପଡ଼ିବ ସେ ନେଇ ଚିନ୍ତିତ ହୋଇପଡ଼ିଲେ ବାପାମାଆ । ପୁଅର ଅଜାଣତରେ ଅଗ୍ନିଶମ ବିଭାଗକୁ ଖବର ଦେଲେ ବାପାମାଆ । ତଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଜଗି ବସିଥିବା ବେଳେ ଏପଟେ ବାପାମାଆ ପିଲାକୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ଏ ଭିତରେ ପୁଅ ମଧ୍ୟ ତଳକୁ ଡ଼େଇଁବାକୁ ଧମକ ଦେଉଥିଲା । କିନ୍ତୁ ହଠାତ୍ ପିଲାଟିର ହାତ ଖସିଯିବାରୁ ୧୭ ମହଲାରୁ ତଳକୁ ପଡ଼ିଯାଇଥିଲା । ଆଉ ତା ପରେ ଏହା ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ କିଛି ସମୟ ପାଇଁ ।
ଯେହେତୁ ପୁଅର ହରକତ ନେଇ ବାପାମାଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ତାକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଧ୍ୟ ବିହିତ ପଦକ୍ଷେପ ନେଇ ତଳେ ଜଗି ବସିଥିଲେ । ପିଲାଟି ତଳକୁ ଡ଼େଇଁବାକୁ ଧମକ ଦେଉଥିଲେ ବି ତା ଅଜାଣତରେ ସେ ତଳକୁ ଖସି ପଡ଼ିଲା । ଅବଶ୍ୟ ପିଲାଟିର ଜୀବନ ରକ୍ଷା ହୋଇଗଲା । କିନ୍ତୁ ମୋବାଇଲ ପାଇଁ ଏଭଳି ଘଟଣା ଘଟିପାରେ ଏହାକୁ ଭାବିବା ମାତ୍ରେ ଯେ କେହି ବାପାମାଆ ଚିନ୍ତିତ ହେବା ସ୍ୱଭାବିକ ।

Comments are closed.