Latest Odisha News

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ବର୍ଣ୍ଣନା ଭିତରେ ଆମେ କୃଷ୍ଣ ଲୀଳା ସହ ସମ୍ପର୍କିତ ବେଶ ବିଷୟରେ ଆଲୋଚନା କଲେ ଏହି ସବୁ ବେଶ ପ୍ରତିବର୍ଷ ନିର୍ଦ୍ଧିଷ୍ଟ ତିଥିରେ ଅନୁଷ୍ଠିତ ହୁଏ। ସେହିପରି ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୁଏ । “ବାମନ ବେଶ “. ପରଂବ୍ରହ୍ମଙ୍କ ଏକ ସୁନ୍ଦର ଦିନ ହେଉଛି “ବାମନ ଜନ୍ମ” ଦିବସ, ଶାସ୍ତ୍ର କହେ ଭଗବାନଙ୍କ ବିଭିନ୍ନ ଅବତାର ଭିତରେ ଏକ ଶ୍ରେଷ୍ଠ ଅବତାର “ବାମନ ଅବତାର “ଧାରଣର ଦିବସକୁ ସ୍ମରଣୀୟ କରିବା ପାଇଁ ଶ୍ରୀମନ୍ଦିରରେ ଏହି ବେଶ ପ୍ରଚଳିତ ହୋଇଛି। ପୁରାଣ ପ୍ରସିଦ୍ଧ ଦାନବୀର ବଳି ମହାରାଜଙ୍କୁ ଏହି ଅବତାର ଗ୍ରହଣ କରି ଭଗବାନ ପାତାଳକୁ ପଠାଇଥିବାରୁ ଏହି ବେଶର ଅନ୍ୟ ନାମ ଅଟେ “ବଳି ବାମନ ବେଶ “। ଇତିହାସ କହେ ପ୍ରାୟ ୧୧୦୦ (ଏଗାର ଶହ )ଖ୍ରୀଷ୍ଟାବ୍ଦରେ କଳିଙ୍ଗ ବ୍ରlହ୍ମଣ ସମାଜ ଦ୍ୱlରା ଏହି ବେଶ ପ୍ରଚଳନ କରିଥିଲେ। ଗବେଷକମାନେ ଏହି କଥା ର ସତ୍ୟତାକୁ ସମର୍ଥନ କରି ଯୁକ୍ତି ବlଢିଛନ୍ତି ଯେ ଯେହେତୁ ପରଂବ୍ରହ୍ମ ସ୍ୱୟଂ ବାମନ ବ୍ରlହ୍ମଣ ବେଶରେ ଆସି ବଳି ମହାରାଜଙ୍କୁ ତିନି ପାଦ ଭୂମି ଦାନ ମାଗି, ନିଜର ତୃତୀୟ ପାଦରେ ପାତାଳକୁ ଚାପି ଥିଲେ। ସେଥିପାଇଁ ସେ ସମୟର କଳିଙ୍ଗ ବ୍ରlହ୍ମଣ ସମାଜ ଏହି ବେଶକୁ ସ୍ମୃତି ରକ୍ଷା ଉଦ୍ୟେଶ୍ୟ ରେ ଆରମ୍ଭ କରିଥିଲେ। ସେହି ଦିନଠାରୁ ଶ୍ରୀମନ୍ଦିର ରୀତିନୀତିରେ ସାମିଲ ହୋଇ ବାମନ ଜନ୍ମ ପାଳନ ଅବସରରେ ଏହି ବେଶ ଅନୁଷ୍ଠିତ ହେଉଛି। ଏହି ଦିନ ତିନି ଦିଅଁଙ୍କ ରତ୍ନ ବେଦୀ ଉପରେ ସୁନା ବେଶ ହୋଇଥାଏ। କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରଭୁଙ୍କର ବାମନ ଅବତାର ବେଶ ହୁଏ। ଅର୍ଥାତ ସୁନା ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଯେଉଁ କିରିଟି ପରିଧାନ କରନ୍ତି ତାହା ଦେହରୁ ଫଳି କାଢି ଦିଆ ଯାଇ କିରୀଟି ଟି ଲାଗି ହେବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଠାକୁରଙ୍କ ତୁଳନାରେ ସାମାନ୍ୟ ଗେଡା ବା ବାମନ ପରି ଦୃଶ୍ୟମାନ ହୁଅନ୍ତି। ଏହି ବେଶ ଦର୍ଶନ ଅତ୍ୟନ୍ତ ପୁଣ୍ୟପ୍ରଦ ହୋଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ବେଶ ଦର୍ଶନ ପାଇଁ ବ୍ୟାକୁଳତା ସହିତ ଅପେକ୍ଷା କରିଥାନ୍ତି। ଆମେ କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ।

“ସକଳ ଭୁତେ ତୋର ସ୍ଥିତି
ତୁ ନାଥ ତ୍ରିଭୁବନ ପତି ।
ଭକତି କରି ତୋ ଚରଣେ
ଯେ ଭାବେ ମହା ଋଷିଗଣେ ।
ତୋ ପାଦ ପଦ୍ମ ଯେତେ ସ୍ଥାନେ
ଭଜନ୍ତି ଭକ୍ତି ଅନୁମାନେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.