Latest Odisha News

BREAKING NEWS

ଆମେରିକା ଆକାଶରେ ଚୀନ ଉଡାଉଥିବା ‘ଗୁଇନ୍ଦା ବେଲୁନ’ ଭଳି ଏହି ଗୁଇନ୍ଦା ପାରା ନୁହେଁ ତ?

ଭୁବନେଶ୍ୱର: କିଛି ଦିନ ତଳେ ଆମେରିକା ଆକାଶରେ ଚୀନ ଉଡାଉଥିବା ଗୁଇନ୍ଦା ବେଲୁନକୁ ଖସାଇ ଦେଇଥିଲା ଆମେରିକା ସରକାର। ଠିକ୍ ସେହିଭଳି ପାରାଦୀପରେ ସମୁଦ୍ର ମଝିରୁ ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାକୁ ନେଇ ଏବେ ସନ୍ଦେହ ବଢିଛି। କାରଣ ଏହି ଗୁଇନ୍ଦା ବା ସନ୍ଦିଗ୍ଧ ପାରାର ଶରୀରରେ ଲେଖାହୋଇଥିବା ଭାଷା ଚୀନର ବୋଲି ଜଣାପଡିଛି। ଯାହାକୁ ରାଜ୍ୟ ଫରେନସିକ ଟିମ୍ ବୁଝିନପାରିବା ପରେ ଏହି ସନ୍ଦିଗ୍ଧ ପାରାକୁ  ହାଇଦ୍ରାବାଦ ନହେଲେ କୋଲକାତା ପଠାଇବାକୁ ଯୋଜନା ହୋଇଛି। ଏହି ଦୁଇସ୍ଥାନରେ କେନ୍ଦ୍ରୀୟ ଫରେନସିକ ସାଇନ୍ସ ଲାବୋରେଟୋର ରହିଛି। ତେଣୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଅଧିକ ଅଭିଜ୍ଞତା ରଖିଥିବା ଅଧିକାରୀ ଏହି ପାରା ଶରୀରରେ କଣ ଲେଖାହୋଇଛି ବୁଝିପାରିବେ ବୋଲି ଆଶା କରି ହାଇଦ୍ରାବାଦ କିମ୍ବା କୋଲକାତା ପଠାଇବାକୁ ଯୋଜନା ହେଉଛି।

ଜଗତସିଂହପୁର ଏସପି ରାହୁଲ ପିଆର ଶୁକ୍ରବାର କହିଛନ୍ତି ଯେ ଆମ ପାଖରେ କୌଣସି ନିର୍ଣ୍ଣାୟକ ମତାମତ ନାହିଁ ଏବଂ ତେଣୁ ଅଧିକ ପରୀକ୍ଷା ପାଇଁ ସେଂଟ୍ରାଲ ଫରେନ୍ସିକ ଲ୍ୟାବକୁ ପଠାଯିବ ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର ଏକ ମାଛଧରା ଟ୍ରଲରରୁ ଏହି ପାରାକୁ ଧରାଯାଇଥିଲା । ପୁରୀ ଜିଲ୍ଲା କୋଣାର୍କ ଅଂଚଳର ରାମଚଣ୍ଡୀଠାରେ ସାରଥୀ ନାମକ ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ଗତ ମାର୍ଚ୍ଚ ୬ ତାରିଖରେ ଏହି ପାରାକୁ ଧରିଥିଲେ । ପାରାଟି ଉଡି ଆସି ଟ୍ରଲରରେ ବସିବା ପରେ ଏହାକୁ ଧରା ମାଛଧରାଳି ମାନେ କାବୁ କରି ଏକ ଦୌଡିରେ ବାନ୍ଧି ରଖିଥିଲେ । ପରେ ପାରାଦୀପ ମେରାଇନ ପୋଲିସର ହସ୍ତାନ୍ତର କରିଥିଲେ ।
ଏହି ପାରାର ଶରୀରରେ ଏକ ଛୋଟ ଗୁଇନ୍ଦା କ୍ୟାମେରା ଏବଂ ଏକ ଚିପ୍ ଲାଗିଛି । ଯେଉଁଥିରେ ଚାଇନିଜ ଭାଷାରେ କିଛି ଲେଖା ହୋଇଛି । ଏହାକୁ ଏକ ଜିପିଏସ୍ ଟ୍ରାକିଂ ସିଷ୍ଟମ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

ନିକଟରେ ଆମେରିକା ଆକାଶରେ ଏକ ସନ୍ଦିଗ୍ଧ ବେଲୁନ ଉଡୁଥିଲା । ଯ।ହାକୁ ଆମେରିକା ସରକାର ଅତ୍ୟାଧୁନିକ ଜେଟ ଜରିଆରେ ମାରି ଏକ ସମୁଦ୍ରରେ ଖସାଇ ଦେଇଥିଲା । ଏହି ସନ୍ଦିଗ୍‌ଧ ବେଲୁନ ଚୀନର ଥିଲା । ଏହି ବେଲୁନରେ କ୍ୟାମେରା ଖଞ୍ଜା ଯାଇଥିଲା । ଯେଉଁ ଅଂଚଳରେ ଏହି ବେଲୁନଟି ଉଡି ବୁଲୁଥିଲା ସେହି ସ୍ଥାନରେ ଆମେରିକାର ପ୍ରତିରକ୍ଷା ବିଭାଗ ରହିଥିଲ।। ଅନ୍ୟ ଏକ ରିପୋର୍ଟ ଅନୁଯାଯୀ ଚୀନ ୧୦ ହଜାର କ୍ୟାମେରା ଭାରତରେ ସଂଯୋଗ କରିଛି । ଏହି କ୍ୟାମେରା ବିଭିନ୍ନ ଗତିବିଧି ଉପରେ ନଜର ରଖିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେଣୁ ସମୁଦ୍ର ମଝିରୁ ସନ୍ଦିଗ୍ଧ ପାରା ଧରାପଡିବା ଘଟଣାକୁ ହାଲୁକାରେ ନେଇ ହେବନାହିଁ ।

Comments are closed.