ଅହମ୍ମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୮୦ ରନ ଜବାବରେ ଭାରତ ଦୃଢ଼ ଜବାବ ଦେଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ ୩ ୱିକେଟ ବିନିମୟରେ ୨୮୯ ରନ ସଂଗ୍ରହ କରି ନେଇଛି । ଦଳ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋରଠାରୁ ୧୯୧ ରନ ପଛରେ ରହିଛି । ଶୁଭମନ ଗିଲ ୧୨୮ ରନର ଆକର୍ଷଣୀୟ ଶତକ ହାସଲ କରିଥିବା ବେଳେ ରୋହିତ ଶର୍ମା (୩୫), ଚେତେଶ୍ୱର ପୂଜାରା (୪୨ରନ) କରି ଆଉଟ ହୋଇଛନ୍ତି । ୩ମାସ ମଧ୍ୟରେ ଗିଲଙ୍କ ଏହା ୫ମ ଆନ୍ତର୍ଜାତୀୟ ଶତକ । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୫୯ ଓ ରବୀନ୍ଦ୍ର ଜାଡେଜା ୧୬ ରନ କରି ଅପରାଜିତ ରହିଛନ୍ତି ।
? ??? ???? ?? ??????????!
Congratulations to #TeamIndia ?? captain @ImRo45 on reaching 1⃣7⃣0⃣0⃣0⃣ runs in international cricket ?? pic.twitter.com/CZ8vYpHmGe
— BCCI (@BCCI) March 11, 2023
୧୪ ମାସ ଏବଂ ୧୫ ଇନିଂସ ପରେ କୋହଲିଙ୍କ ବ୍ୟାଟରେ ଗୁରୁତ୍ୱପୂର୍ଣ୍ଣ ୨୯ତମ ଅର୍ଦ୍ଧଶତକ ଆସିଛି । ଏହା ପୂର୍ବରୁ ୧୧ ଜାନୁୟାରୀ ୨୦୨୨ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଥର ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ । ନାଥାନ ଲାୟନ, ଟଡ ମର୍ଫି ଓ ମାଥ୍ୟୁ କୁହେନମ୍ୟାନ ଗୋଟିଏ ଲେଖାଁଏ ୱିକେଟ ନେଇଛନ୍ତି । ଏହି ମ୍ୟାଚ ମାଧ୍ୟମରେ ଅଧିନାୟକ ରୋହିତ ଶର୍ମା ଷଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଆନ୍ତର୍ଜାତୀୟ କ୍ରିକେଟରେ ୧୭ ହଜାର ରନ ପୂର୍ଣ୍ଣ କରିଛନ୍ତି ।
Comments are closed.