ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାରେ ପାରଦ ୩୮ ଡିଗ୍ରି ଟପିଥିବା ବେଳେ ସୋମବାର ୫ଟି ସ୍ଥାନରେ ପାରଦ ୩୮ ଡିଗ୍ରି ଟପିଛି।ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସମ୍ବଲପୁର ୩୮.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ୩୮.୬, ମାଲକାନଗିରି ୩୮.୫, ସୋନପୁର ୩୮.୪ ଓ ଭୁବନେଶ୍ୱର ୩୮.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଏଥିସହିତ ମାର୍ଚ୍ଚ ୧୫ରୁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି। ତେବେ ପଶ୍ଚିମା ପବନର ପ୍ରଭାବରେ ଏହି ବର୍ଷା ଗରମରୁ ସାମାନ୍ୟ ଆଶ୍ୱସ୍ତି ଆଣିପାରେ।
ପୂର୍ବାନୁମାନ ଅନୁସାରେ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାର୍ଚ୍ଚ ୧୫ରେ ମାଲକାନଗିରି ଓ ରାୟଗଡ଼ାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।
ମାର୍ଚ୍ଚ ୧୬ରେ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକଃ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର ଅନ୍ୟ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସେହିପରି, ମାର୍ଚ୍ଚ ୧୭ରେ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଅନ୍ୟ ଜିଲ୍ଲାଗୁଡ଼ିକରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ମାର୍ଚ୍ଚ ୧୬ ପାଇଁ ୧୩ଟି ଜିଲ୍ଲାକୁ ବଜ୍ରପାତ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମାର୍ଚ୍ଚ ୧୭ ପାଇଁ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।
Comments are closed.