Latest Odisha News

BREAKING NEWS

ଜଙ୍ଗଲ ନିଆଁ ମନୁଷ୍ୟକୃତ କହିଲେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବୁଧବାର ବିଧାନସଭାରେ କହିଛନ୍ତି ଯେ, ଜଙ୍ଗଲରେ ଲାଗିଥିବା ନିଆଁ ପ୍ରାୟତଃ ମଣିଷ ଦ୍ୱାରା ଲଗାଯାଇଥିବା ନିଆଁ। ଅମାତଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଓଡ଼ିଶାରେ ୨୨ ହଜାର ୭୮୬ଟି ଫାୟାର ପଏଣ୍ଟ ରିପୋର୍ଟ ହୋଇଥିବା ବେଳେ ସେଥିମଧ୍ୟରୁ ୪୫୬୩ଟି ଜଙ୍ଗଲରୁ ଆସିନାହିଁ। ଏହି ନିଆଁ ମୁଖ୍ୟତଃ ଧାନ ବିଲରେ ଲାଗିଥିବା ନିଆଁରୁ ହୋଇଥାଏ।

ଯେଉଁଠି ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୁଏ, ସେଠି ନିଆଁକୁ ଯଥାଶୀଘ୍ର ଲିଭାଇବା ପାଇଁ ବନ ବିଭାଗ ତତ୍ପର ରହିଛି। ଓଡ଼ିଶାର ଜଙ୍ଗଲରେ ୨୨ ହଜାର ୩୧୬ ପଏଣ୍ଟ (୯୮ ପ୍ରତିଶତ) ଫାୟାର ପଏଣ୍ଟକୁ ଆମେ ନିର୍ବାପିତ କରିଛୁ।

କେନ୍ଦ୍ର ଉପରେ ଦୋଷ ଲଦି ଅମାତ କହିଛନ୍ତି, କେନ୍ଦ୍ର ଜଙ୍ଗଲ ନିଆଁ ମୁକାବିଲା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଅଂଶକୁ ହ୍ରାସ କରିଛି। ପୂର୍ବରୁ ଜଙ୍ଗଲ ନିଆଁ ପରିଚାଳନା ପାଇଁ କେନ୍ଦ୍ର-ରାଜ୍ୟ ପାଣ୍ଠି ଅନୁପାତ ୬୦:୪୦ ଥିଲା। କିନ୍ତୁ ଏହି ବଜେଟରେ କେନ୍ଦ୍ର ନିଜ ଭାଗକୁ ଆହୁରି କମାଇ ଦେଇଛି। ଏବେ ଏହି ପ୍ରସଙ୍ଗ ପ୍ରତି ଅଧିକ ସମ୍ବେଦନଶୀଳ ହେବା ଉଚିତ୍।

ଆମେ ସଂରକ୍ଷିତ ଜଙ୍ଗଲ ଏବଂ ଅନ୍ୟ ଜଙ୍ଗଲରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିବାକୁ ନିର୍ଦ୍ଦେଶ ଦେଇଛୁ। ଯେଉଁମାନେ ଜଙ୍ଗଲରେ ନିଆଁ ଲଗାଇବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ନିଆଁ ଲିଭାଇବା ପାଇଁ ୩୯୯ ନିଆଁ ଲିଭଳି ଦଳଙ୍କୁ ନିୟୋଜିତ କରାଯାଇଛି। ଗାଡି, ଫାୟାର ବ୍ଲୋୟର, ସୁରକ୍ଷା ଯନ୍ତ୍ରପାତି ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

ମୁଲତବି ପ୍ରସ୍ତାବରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ଜଙ୍ଗଲରେ ଗଛ କାଟିବା ପାଇଁ ମାଫିଆମାନଙ୍କୁ ସହଯୋଗ କରୁଛନ୍ତି ବନ କର୍ମଚାରୀ। କମ୍ଫାଫଣ୍ଡରେ ବନି କାରଣ କରାଯାଉଛି। ରେଞ୍ଜର ଠାରୁ ଆରମ୍ଭ କରି ଡି ଏଫଓ ପର୍ଯ୍ୟନ୍ତ ଦୁର୍ନୀତିତର ଲିପ୍ତ ଅଛନ୍ତି। ଯଦି ଶିମିଳିପାଳକୁ ସୁରକ୍ଷା ନ ଦିଆଯିବ ଦିନେ ଓଡ଼ିଶା ମରଭୂମିରେ ପରିଣତ ହେବ।

 

Comments are closed.