Latest Odisha News

BREAKING NEWS

ସମ୍ବଲପୁରରେ ଅଣ୍ଡା ବାଇଗଣ: ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ସେମିତି ସୁଆଦିଆ

ସମ୍ବଲପୁର: ସମ୍ବଲପୁରରେ ଜଣଙ୍କ ବାଡିରେ ଲାଗିଥିବା ଗଛରେ ଫଳିଥିବା ବାଇଗଣ ଅଣ୍ଡାଭଳି ଦେଖାଯାଉଛି। ତେଣୁ ଏହାକୁ ଅଣ୍ଡା ବାଇଗଣ ବୋଲି କୁହାଯାଉଛି। ଏହା ଆଖିକୁ ଦେଖିବାକୁ ସୁନ୍ଦର ଯେମିତି, ସୁଆଦିଆ ମଧ୍ୟ। ସମ୍ବଲପୁର ଦୁର୍ଗାପାଲି ଅଞ୍ଚଳର ଏହି ଅଣ୍ଡାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସ୍ଥାନୀୟ ଲୋକଙ୍କ ସମେତ ବାହାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ଏହି ଅଣ୍ଡା ଆକୃତିର ବାଇଗଣ। ସଂଯୁକ୍ତା ମେହେରଙ୍କ ବାଡିରେ ପ୍ରଥମେ ଏପରି ଏକ ନିଆରା ବାଇଗଣ ଫଳିଥିବା ଦେଖିବାକୁ ମିିଳିଛି।

ସେ କହିଛନ୍ତି, ତାଙ୍କ ବାଡିରେ ଅଣ୍ଡା ଭଳି ଦେଖାଯାଉଥିବା ବାଇଗଣ ଗୋଟିଏ ଗଛରେ ଦୁଇଟି ଫଳିଛି। ସେଥିମଧ୍ୟରୁ ଗୋଟିଏ ତାଙ୍କ ସାଙ୍ଗକୁ ଦେଇଛନ୍ତି ଅନ୍ୟଟି ସେ ନିଜେ ରଖିଛନ୍ତି। ଦୁହେଁ ବାଡିରେ ବାଇଗଣ ଚାଷ ପାଇଁ ତଳି ପକାଇଥିଲେ। ଏବର୍ଷ ଉଭୟଙ୍କର ଏକାଧିକ ଗଛ ଉଠିଛି। ପ୍ରତି ଗଛରେ ୫ରୁ ୮ଟି ବାଇଗଣ ଫଳିଛି। ଯାହା ଦେଖିବାକୁ ଅଣ୍ଡା ଭଳି ରହିଛି । କିନ୍ତୁ ସାଧାରଣ ବାଇଗଣର ସୁଆଦ ଭଳି ଏହି ବାଇଗଣର ସୁଆଦ ମଧ୍ୟ ସମାନ ରହିଛି। ହେଲେ ଏହି ବାଇଗଣ ଅଣ୍ଡା ଭଳି ଦେଖାଯାଉଥିବାରୁ ଏହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ନୂଆ ବାଇଗଣ ବାଡିର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ଚଳିତଥର ସମାନ ତଳି ଆଣି ଆଉଥରେ ବାଡିରେ ପକାଇବେ ବୋଲି କହିଛନ୍ତି ସୁଯୁକ୍ତା।

 

Comments are closed.