Latest Odisha News

ମନ୍ଥର ଗତିରେ ଏସ୍‌ସିବି ମେଡିକାଲ କଲେଜ୍‌ ନିର୍ମାଣ କାର୍ଯ୍ୟ; ନିର୍ମାଣକାରୀ ସଂସ୍ଥାକୁ ୧୫ କୋଟି ଫାଇନ୍

କଟକ; ଏସ୍‌ସିବି ମେଡିକାଲ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ୨୦୨୩ ସୁଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖାଯାଇଥିବା ବେଳେ କାମ ଆଗେଇପାରୁନି। ବର୍ତ୍ତମାନ ସୁଦ୍ଧା ମାତ୍ର ୬ ରୁ ୭ ପ୍ରତିଶତ କାମ ଶେଷ ହୋଇଛି। ନିର୍ଦ୍ଧାରିତ ଲକ୍ଷ ଅନୁସାରେ, ହାତରେ ଆଉ ମାତ୍ର କେଇଟା ମାସ ବାକି ଅଛି।

ବାରମ୍ବାର ସମୀକ୍ଷା ପରେ ବି ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ନିର୍ମାଣକାରୀ ସଂସ୍ଥା ଉପରେ ୧୫ କୋଟି ଟଙ୍କା ଜରିମାନ କରାଯାଇଛି। ନିର୍ଦ୍ଧାରିତ ସମୟ ଅନୁସାରେ ଯେତିକି କାମ ହେବା କଥା ସେତିକି ହୋଇନଥିବାରୁ ନିର୍ମାଣକାରୀ ସଂସ୍ଥା ଉପରେ ତିନୋଟି ପର୍ଯ୍ୟାୟରେ ଫାଇନ୍‌ ଲଗାଯାଇଛି।

ଏସ୍‌ସିବି ମେଡିକାଲ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ନିର୍ମାଣ କାର୍ଯ୍ୟକୁ ଦୁଇଟି ଭାଗରେ ଯଥା- କ୍ଲିନିକାଲ ବ୍ଲକ୍‌ ଓ ରେସିଡେନ୍‌ସିଆଲ୍‌ ବ୍ଲକ୍‌ରେ ବିଭକ୍ତ କରାଯାଇଛି। ଏଥିରେ ୪୫ ଏକର ଜମିରେ ୨୬୩୬ କୋଟି ଟଙ୍କା ବ୍ୟୟରେ କ୍ଲିନିକାଲ ବ୍ଲକ୍‌ ନିର୍ମାମ କାର୍ଯ୍ୟ କରାଯାଉଥିବା ବେଳେ ୮୮୮କୋଟି ଟଙ୍କା ବ୍ୟୟରେ ରେସିଡେନ୍‌ସିଆଲ୍‌ ବ୍ଲକ୍‌ ତିଆରି କରାଯାଉଛି।

ଓବିସିସି(ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍) ତତ୍ତ୍ୱାବଧାନରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏଲ୍‌ ଆଣ୍ଡ ଟି କ୍ଲିନିକାଲ୍ ବ୍ଲକ ନିର୍ମାଣ କରୁଛି। ସେହିପରି ନାଗାର୍ଜୁନ ରେସିଡେନ୍ସିଆଲ୍ ବ୍ଲକ୍ ନିର୍ମାଣ କାର୍ଯ୍ୟ ଜାରି ରିଖିଛି। ୧୩ଟି ଟାୱାର ଜି+୧୨କୋଠା ନିର୍ମାଣର ଯୋଜନା ରହିଥିବା ବେଳେ ଦୁଇଟି ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟରେ ବିଳମ୍ବ କରିଛନ୍ତି।

Comments are closed.