Latest Odisha News

BREAKING NEWS

ବିଲେଇର ଫଟୋ ସୁଟ୍‌: ଅସଲି ନା ନକଲି ତାକୁ ନେଇ ଦ୍ୱନ୍ଦ୍ୱ

ସୋସିଆଲ ମିଡିଆରେ ଏମିତି ଅଜବ ଜିନିଷ ଭାଇରାଲ ହୋଇଥାଏ, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ ହିଁ କରିଥାଏ । ଏବେ ସେମିତି ଦୁଇଟି ବିଲେଇର ଭିଡ଼ିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକେ ଏହା ଅସଲି ନା ନକଲି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି, ଦୁଇଟି ବିଲେଇ ନବ ବିବାହିତ ଦମ୍ପତିଙ୍କ ପରି କରୁଛନ୍ତି ଫଟୋ ସୁଟ୍ । ଧଳା ରଙ୍ଗର ବରଫ ପରି ଦେଖାଯାଉଥିବା ଚାଦର ଉପରେ ଏମାନେ ଏହି ଫଟୋ ସୁଟ୍ କରୁଛନ୍ତି । ଉଭୟ ଉଭୟଙ୍କୁ ସ୍ନେହରେ ଧରି ଫଟୋ ଉଠାଇବାର ଷ୍ଟାଇଲକୁ ଦେଖି ଲୋକେ ଆଶ୍ଚର୍ଯ୍ୟ । ଏହା ପ୍ରକୃତରେ ଅସଲି ନା ନକଲି ତାକୁ ନେଇ ଲୋକେ ବି ଦ୍ୱନ୍ଦ୍ୱରେ । ଏହି କ୍ୟୁଟ୍ ବିଲେଇକୁ ଲୋକେ ବହୁତ ପସନ୍ଦ ବି କରୁଛନ୍ତି । ଏମାନେ ବଲିଉଡ଼ର ହିରୋ ହିରୋଇନ୍‌ଙ୍କ ପରି ପୋଜ ଦେଉଥିବା ଲୋକେ ମତ ରଖିଛନ୍ତି ।

Leave A Reply

Your email address will not be published.