Latest Odisha News

BREAKING NEWS

ଲଣ୍ଡନରେ ଭାରତୀୟ ହାଇ କମିଶନ ଅଫିସ୍‌ରେ ଖଲିସ୍ତାନୀ ଆକ୍ରମଣ, ବ୍ରିଟେନ୍ ରାଷ୍ଟ୍ରଦୂତଙ୍କୁ ଭାରତର ସମନ

ନୂଆଦିଲ୍ଲୀ: ବ୍ରିଟେନ୍ ଉପରେ ଅସନ୍ତୋଷ ପ୍ରକାଶ କଲା ଭାରତ। ଲଣ୍ଡନରେ ଥିବା ଭରାତୀୟ ଉଚ୍ଚା ଆୟୋଗ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଖିଲିସ୍ତାନୀ ଉଗ୍ରବାଦୀମାନେ କାର୍ଯ୍ୟାଳୟରୁ ତ୍ରିରଙ୍ଗା ପତାକା ହଟାଇବା ସହ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଭାରତୀୟ ଉଚ୍ଚା ଆୟୋଗ ପ୍ରତି ବ୍ରିଟେନ୍ ସରକାରଙ୍କର ଉଦାସୀନତା ଗ୍ରହଣ କରାଯାଇପାରିବ ନାହିଁ ବୋଲି ଭାରତ କହିଛି।

କେବଳ ସେତିକି ନୁହେଁ, ଲଣ୍ଡନରେ ଏଭଳି ଆକ୍ରମଣକୁ ନେଇ ଦିଲ୍ଲୀରେ ଥିବା ବ୍ରିଟେନ୍ ରାଷ୍ଟ୍ରଦୂତ ଖ୍ରିୀଷ୍ଟିନା ସ୍କଟ୍‌ଙ୍କୁ ସମନ କରିଛି ଭରତ। ଆକ୍ରମଣ ଘଟଣାକୁ ନେଇ ବ୍ରିଟେନ୍ ରାଷ୍ଟ୍ର ଦୂତଙ୍କ ସାମ୍ନାରେ ତୀବ୍ର ଅଭିଯୋଗ କରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଏଥିସହିତ ହାଇକମିଶନ ଭିତରକୁ ପ୍ରବେଶ କରିବାକୁ ଏଭଳି ତତ୍ୱମାନଙ୍କୁ କିଭଳି ଅନୁମତି ମିଳିଲା ସେ ନେଇ ଭାରତ ବ୍ରିଟେନ୍‌କୁ ଜବାବ ମାଗିଛି।

ଭାରତରେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନ ଯୋଗୁ ବ୍ରିଟେନ୍‌ରେ ଏଭଳି କାଣ୍ଡ ଦେଖିବାକୁ ମିଳିଛି। ଖଲିସ୍ତାନ ସମର୍ଥକମାନେ ଭାରତୀ  ବିରୋଧୀ ନାରା ଦେବା ସହ ଭାରତୀୟ ହାଇକମିଶନ ଅଫିସ୍‌ରେ ପଶିବାକୁ ଚେଷ୍ଟା କରିଥିଲେ ବୋଲି ସୂଚନା ମିଳିଛି। ତେବେ ବ୍ରିଟିଶ ମିଡିଆରେ ପ୍ରକାଶିତ ଖବର ଅନୁସାରେ ଏହି ଘଣଟାରେ ଜଣଙ୍କୁ ଗିରଫ କରାଯାଇଛି। ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଅସନ୍ତୋଷ ବଢିଛି।

Comments are closed.