Latest Odisha News

ଡାକ୍ତରଖାନାରେ ଭର୍ତ୍ତି ହେଲେ ପୋପ ଫ୍ରାନ୍ସିସ , ତୁରନ୍ତ ଆରୋଗ୍ୟ କାମନା କଲେ ବାଇଡେନ

ନୂଆଦିଲ୍ଲୀ: ପୋପ ଫ୍ରାନ୍ସିସ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି । ଭାଟିକାନର ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଚିକିତ୍ସା ପରେ ଜଣାଯାଇଛି ସେ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ । ତେବେ ଏହି ସଂକ୍ରମଣ କରୋନା ସହ ଜଡିତ ନୁହେଁ । ଭାଟିକାନ ପ୍ରବକ୍ତା ବୁଧବାର ଏହି ସୂଚନା ଦେଇଛନ୍ତି ।

ପୋପ ଫ୍ରାନ୍ସିସ ଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଚନ୍ତି । ଅଧିକ ଚିକିତ୍ସା ପାଇଁ ପୋଲି କ୍ଲିନିକୋ ଏ ଜେମେଲି ନିଆଯାଇଛି । ମେଡିକାଲ ଟେଷ୍ଟ ପରେ ଜଣାପଡିଥିଲା ଯେ, ପୋପ କୋଭିଡ ସଂକ୍ରମିତ ନୁହେଁ । ତେବେ ଶ୍ୱାସକ୍ରିୟା  ଜନିତ ରୋଗରେ ଆକ୍ରାନ୍ତ । ଏହା ପୂର୍ବରୁ ୨୦୨୧ ଜୁଲାଇରେ ମଧ୍ୟ ପୋପ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସେ ୧୦ ଦିନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କର ଶରୀରରେ ଅସ୍ତ୍ରୋପଚାର ହୋଇଥିଲା ।

ବିବିସି ରିପୋର୍ଟ ଅନୁସାରେ, ପୋପ ଫ୍ରାନ୍ସିସଙ୍କ ପାଇଁ ଏହି ବର୍ଷ ସବୁଠାରୁ ବ୍ୟସ୍ତତମ ସମୟ ଅଟେ । ତାଙ୍କୁ ଅନେକ ପ୍ରକାର କାର୍ଯ୍ୟକ୍ରମରେ ଭାଗ ନେବାକୁ ପଡିବ । ବୁଧବାର ଦିନ ପୋପ ପିଟ୍ସ ସ୍କୋୟାରଠାରେ ଲୋକଙ୍କୁ ସମ୍ବୋଧନ କରିଥିଲେ । ସେତେବେଳେ ସେ ସୁସ୍ଥ ଥିଲା । ହେଲେ କାର୍ଯ୍ୟକ୍ରମ ସାରି ଗାଡି ଉପରେ ଚଢିବା ସମୟରେ ସେ ହଠାତ ଅସୁସ୍ଥ ହୋଇପଡିଲେ । ଗୁରୁବାର ମଧ୍ୟ ତାଙ୍କର ଏକ କାର୍ଯ୍ୟକ୍ରମରେ ଭାଗ ନେବାର ଥିଲା ।

ଏହି ଖବର ପ୍ରଚାର ହେବା ପରେ ସାରା ବିଶ୍ୱରୁ ତାଙ୍କୁ ତୁରନ୍ତ ଆରୋଗ୍ୟ କାମନା କରଛିନ୍ତି । ପୋପଙ୍କ ତୁରନ୍ତ ଆରୋଗ୍ୟ କାମନା ପାଇଁ ସ୍ୱତନ୍ତ୍ର ପ୍ରାର୍ଥନା କରିବାକୁ କହିଛନ୍ତି ।

Comments are closed.