Latest Odisha News

BREAKING NEWS

ଛାତ ଉପରୁ ଖସି ପଡିଲେ ଡାକ୍ତରୀ ଛାତ୍ର; ଚାଲିଗଲା ଜୀବନ

ବାଲେଶ୍ୱର: ବଲାଙ୍ଗୀର ସହରରେ ଗତକାଲି ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା  । ଏହାର ୨୪ ଘଣ୍ଟା ପୂରିନି । ବାଲେଶ୍ୱରରେ ପୁଣି ଜଣେ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି । ଡାକ୍ତରୀ ଛାତ୍ର ଜଣକ ଛାତରୁ ଖସି ପଡି ମୃତ୍ୟୁ ଘଟିଛି ।

ମିଳିଥିବା ସୂୁଚନା ଅନୁଯାୟୀ ଛାତ୍ର ଜଣକ ଫକୀର ମୋହନ ମେଡିକାଲ କଲେଜର ୩ୟ ବର୍ଷର ଛାତ୍ର । ତାଙ୍କର ନାଁ ହିତେଷ୍ଣୁ ଦାସ ।  ହଷ୍ଟେଲ ନିକଟ କୋଠାରୁ ପଡି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ମଧ୍ୟ ସନ୍ଦେହ ଦେଖା ଦେଇଛି ।  କେଉଁ ପରିସ୍ଥିତିରେ ସେ ଛାତରୁ ଖସି ପଡିଲେ ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ହିତେଷ୍ଣୁଙ୍କ ବାପାଙ୍କ କହିବା ଅନୁଯାୟୀ, ସେ କୁଆଡେ ମାନସିକ ଚାପରେ ଥିଲେ । ତେବେ କାହିଁକି ମାନସିକ ଚାପରେ ଥିଲେ ତାହା କହି ନାହାନ୍ତି । ଏପରିକି ପୋଲିସ ଏବଂ ପରିବାର ଲୋକ ମିଡିଆକୁ ଦୂରେଇ ରହିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ତେବେ ପାରିପାର୍ଶ୍ୱିକ ସ୍ଥିତି ଏବଂ ପରିବାର ଲୋକଙ୍କ ବୟାନ ଶୁଣିବା ପରେ ହିତେଷ୍ଣୁଙ୍କ ମୃତ୍ୟୁ ନେଇ ସନ୍ଦେହ ଦେଖା ଦେଇଛି ।

 

Comments are closed.