ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ହୀରୋଇନ କାଜଲ ଅଗ୍ରୱାଲ ଶୁକ୍ରବାର ବଲିଉଡ ଫିଲ୍ମରେ କାମ କରିବା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ ସିଧାସଳଖ କହିଛନ୍ତି ବଲିଉଡ ଅପେକ୍ଷା ମୋତେ ସାଉଥ ଫିଲ୍ମରେ କାମ କରିବାକୁ ଭଲ ଲାଗେ । ଏଠାକାର କଳାକାର ଏବଂ ଅନ୍ୟ ବହୁତ ଫ୍ରେଣ୍ଡଲୀ । ବଡ ଷ୍ଟାର ହେଲେ ମଧ୍ୟ ସେମାନେ ଶୃଙ୍ଖଳିତ ଓ ଭଦ୍ର । ଅବଶ୍ୟ ବଲିଉଡରେ ମୋତେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନି । ତଥାପି ସାଉଥ ଫିଲ୍ମ ସର୍ବଦା ମୋର ପ୍ରଥମ ପସନ୍ଦ ରହିବ । ସୂଚନାଯୋଗ୍ୟ, କାଜଲ ସିଂଘମ, ସ୍ପେଶାଲ ୨୬ ପରି ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ।
କାଜଲ ମୁମ୍ବାଇ ପାଠ ପଢ଼ିଥିଲେ ମଧ୍ୟ ଚେନ୍ନାଇ ଓ ହାଇଦ୍ରାବାଦକୁ ନିଜର ଘର ଭାବେ ବିବେଚନା କରିଛନ୍ତି । ସେ ଏବେ କମଳ ହାସନଙ୍କ ସହ ଇଣ୍ଡିଆନ ୨ ଓ ନନ୍ଦାମପୁରୀ ବାଲକ୍ରିଷ୍ଣଙ୍କ ସହ ଏନବିକେ ୧୦୮ ଏବଂ ବଲିଉଡରେ ଉମା ଫିଲ୍ମରେ ନଜର ଆସିବେ । ଅଧିକାଂଶ କଳାକାର ହିନ୍ଦୀ ଫିଲ୍ମରେ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ମାତ୍ର ମୋତେ ସାଉଥ ଫିଲ୍ମର ଉତ୍ସର୍ଗୀକୃତ ଭାବନା ଏବଂ ଶୃଙ୍ଖଳିତ କାର୍ଯ୍ୟ ସର୍ବଦା ପସନ୍ଦ ଆସିଥାଏ ।
Comments are closed.