Latest Odisha News

ଆଜିଠୁ ହିଙ୍ଗୁଳା ଯାତ୍ରା ; ଚଳଚଞ୍ଚଳ ଗେପାଳପ୍ରସାଦ ପୀଠ

ତାଳଚେର : ଆଜିଠାରୁ ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା । ଚଳଚଞ୍ଚଳ ହୋଇପଡ଼ିଛି ଗୋପାଳ ପ୍ରସାଦ ପୀଠ । ମା’ ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼ ।

ପ୍ରତିବର୍ଷ ମା ହିଙ୍ଗୁଳା ଅଗ୍ନିରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ମାଙ୍କର ଏହି ରୂପକୁ ଦର୍ଶନ କରିବା ନିମନ୍ତେ ବହୁ ଦୂରଦୂରାନ୍ତରୁ ଧାଇଁ ଆସୁଛନ୍ତି ଶ୍ରଦ୍ଧାଳୁ । ଗୋପାଳଗଡ଼ ସ୍ଥିତ ମାଙ୍କ ପୀଠରେ ୧୯ ତମ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏହି ମେଳା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେହିପରି ଖରା ଓ ଅଂଶୁଘାତକୁ ଦୃଷ୍ଟିରେ ରଖି ମେଡିକାଲ୍‌ ଟିମ୍‌ ନିୟୋଜିତ କରାଯାଇଛି।

Comments are closed.