Latest Odisha News

ପନ୍ତଙ୍କ ଜର୍ସି ଟାଙ୍ଗିବା ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ଅସନ୍ତୋଷ ବ୍ୟକ୍ତ କଲା ବିସିସିଆଇ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଘାତ ସମସ୍ୟା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଖେଳୁ ନାହାନ୍ତି । ତେବେ ତାଙ୍କୁ ସମ୍ମାନ ଦେବା ପାଇଁ ଲକ୍ଷ୍ନୌ ସୁପରଜ୍ୟାଂଟସ ବିପକ୍ଷ ମ୍ୟାଚରେ ଦିଲ୍ଲୀ ଟିମ ଗ୍ରହଣ କରିଥିବା ପଦକ୍ଷେପ ବିସିସିଆଇକୁ ପସନ୍ଦ ଆସି ନାହିଁ । ଡଗଆଉଟରେ ପନ୍ତଙ୍କ ଜର୍ସିକୁ ଦିଲ୍ଲୀ ଟାଙ୍ଗିଥିଲେ । ଜଣେ ପ୍ରତିଷ୍ଠିତ ଖେଳାଳିଙ୍କୁ ଅବସର ପରେ ଏ ଭଳି ସମ୍ମାନ ଦେବା ଠିକ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ଗୁଜରାଟ ବିପକ୍ଷ ମ୍ୟାଚରେ ପନ୍ତ ମ୍ୟାଚ ଦେଖିବାକୁ ଆସି ପାରନ୍ତି ।

ତେବେ ଏଥିପାଇଁ ତାଙ୍କୁ ବିସିସିଆଇ ଆଂଟି କରପସନ ଆଣ୍ଡ ସିକ୍ୟୁରିଟି ୟୁନିଟରୁ ଅନୁମତି ନେବାକୁ ପଡିବ । ସୂଚନାଯୋଗ୍ୟ, ଗତ ବର୍ଷ କାର ଦୁର୍ଘଟଣାରେ ପନ୍ତ ଗୁରୁତର ଭାବେ ଆହତ ହୋଇଥିଲେ । ଏବେ ସେ ଚିକିତ୍ସାଧୀନ ଅଛନ୍ତି । ପନ୍ତ ଦିଲ୍ଲୀ ପକ୍ଷରୁ ୯୮ ଆଇପିଏଲ ମ୍ୟାଚ ଖେଳି ୩୪.୬୧ ଆଭରେଜରେ ୨୮୩୮ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୫ ଅର୍ଦ୍ଧଶତକ ରହିଛି ।

Comments are closed.