Latest Odisha News

BREAKING NEWS

ଟିସୁ ପେପର ବଦଳରେ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ

ନୂଆଦିଲ୍ଲୀ: ଭାରତର ମୁକେଶ ଅମ୍ବାନୀ ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କ ଘରେ କାମ କରୁଥିବା ଡ୍ରାଇଭର, ରୋଷେୟା ତଥା ସିକ୍ୟୁରିଟି ଗାର୍ଡଙ୍କ ଦରମା ଲକ୍ଷାଧିକ ଟଙ୍କା । ଯଦି ଏହି ପରିବାର କୌଣସି ପାର୍ଟି ଦିଅନ୍ତି, ତେବେ କେଉଁଭଳି ଦେବେ ଆପଣ ଭାବନ୍ତୁ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଅମ୍ବାନୀ ପରିବାରର ଏକ ପାର୍ଟିର ଭିଡ଼ିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଟିସୁ ପେପର ବଦଳରେ ୫ଶହ ଟଙ୍କିଆ ନୋଟ୍‌ରେ ହାତ ପୋଛିବେ ନିମନ୍ତ୍ରିତ ଅତିଥି ।

ଫଟୋରେ ଦେଖିବାକୁ ମିଳିଛି ଯେ, କିଛି ପାତ୍ରରେ ଆଇସ୍‌କ୍ରିମ୍ ରଖାଯିବା ସହ ସେଥିରେ ୫ ଶହ ଟଙ୍କିଆ ନୋଟ୍ ରଖାଯାଇଛି । ଆଇସ୍‌କ୍ରିମ ଖାଇବା ପରେ ଏହି ଟଙ୍କାରେ ମୁହଁ ପୋଛିବେ । ଆଉ ଏଥିରେ ଲେଖାଅଛି ଏହା ମୁକେଶ ଅମ୍ବାନୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ପାର୍ଟି । ସେଥିରେ ଟିସୁ ପେପର ବଦଳରେ ୫୦୦ ଟଙ୍କିଆ ନୋଟ ଦିଆଯାଇଛି । ଏହାକୁ ଖାଇବା ପରେ ଅତିଥିମାନେ ଟିସୁ ପେପର ବଦଳରେ ୫୦୦ ଟଙ୍କିଆ ନୋଟରେ ହାତ ପୋଛିବେ ।

ବାସ୍ତବରେ ଅମ୍ବାନୀଙ୍କ ଭୋଜି ସହ ଏହି ଫଟୋର କୌଣସି ସଂଯୋଗ ନାହିଁ । ବ୍ୟଙ୍ଗାତ୍ମକ ଭାବେ ଏଭଳି ପୋଷ୍ଟ କରାଯାଇଛି । ଫଟୋରେ ଥିବା ଏହି ଆଇସ୍‌କ୍ରିମ ଚାରିପଟେ ୫୦୦ ଟଙ୍କିଆ ନୋଟ ଗୁଡ଼ିକ ସମ୍ପୂର୍ଣ୍ଣ ନକଲି । ଏହି ଆଇସ୍‌କ୍ରିମ୍ ନାଁ ହେଉଛି ‘ଦୌଲତ କି ଚାଟ୍‌’ । ଏହା ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବିକ୍ରି ହୋଇଥାଏ । ଶୀତ ସମୟରେ ଏହା ଅଧିକ ମାତ୍ରାରେ ବିକ୍ରି ହୁଏ ।

Comments are closed.