ନ୍ୟୁୟର୍କ: ମନେ କରନ୍ତୁ ଆପଣ କାର ୱାଶ ପାଇଁ ୱାଶିଂ ସେଣ୍ଟରରେ ପହଞ୍ôଚଲେ । ସେଣ୍ଟର କର୍ମଚାରୀଙ୍କୁ କାର ଚାବି ଧରାଇ ଦେଲେ । କିନ୍ତୁ ୱାଶିଂ କରିବାକୁ ଆସିଥିବା କର୍ମଚାରୀ ଜଣକ ଯଦି କାର ଢିକି ଖୋଲିବା ପରେ ହଠାତ୍ ଚିତ୍କାର କରନ୍ତି ତେବେ ଆପଣ ତାଜୁବ୍ ହେବା ସ୍ୱାଭାବିକ । କେବଳ ଆପଣ ନୁହଁନ୍ତି, ୱାଶିଂ ସେଣ୍ଟରର ଯେ କେହି ବି ତାଜୁବ୍ ହୋଇଯିବେ । ନିକଟରେ ନ୍ୟୁୟର୍କର ଏକ ପପୁଲାର କାର ୱାଶିଂ ସେଣ୍ଟରରେ ଏଭଳି ଘଟଣା ଘଟିଛି, ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କାର ଧୋଇବାକୁ ଯେତେବେଳେ କର୍ମଚାରୀ ଜଣକ ଢିକି ଖୋଲିଲେ ଏମିତି କିଛି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏଥିରେ ଜଣେ ବ୍ୟକ୍ତି ବିନା ପୋଷାକରେ ବସିଥିଲେ । ତାଙ୍କ ହାତ ଓ ଗୋଡ଼ ବନ୍ଧା ହୋଇଥିଲା । ପାଟିରେ ଏକ କପଡା ବନ୍ଧା ହୋଇଥିଲା । ଏହା ଦେଖି କର୍ମଚାରୀ ଜଣକ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ । କର୍ମଚାରୀମାନେ ତାଙ୍କୁ ବାହାରକୁ ଆଣିବା ପୂର୍ବରୁ ବ୍ୟକ୍ତି ଜଣକ ଡେଇଁ ପଳାଇ ଯାଇଥିଲେ । ତାଙ୍କୁ ଅପହରଣ କରାଯାଇଥିବା କର୍ମଚାରୀମାନେ ସନ୍ଦେହ କରି ପୋଲିସକୁ ଡ଼ାକିବାକୁ ଚେଷ୍ଟା କରିବାରୁ ଘଟଣାଟିର ସତ୍ୟତା ଗାଡ଼ି ମାଲିକ ନିଜେ ପ୍ରକାଶ କରିଥିଲେ ।
ବାସ୍ତବରେ, ନ୍ୟୁୟର୍କରେ ରହୁଥବା ଗ୍ୟାରି ଷ୍ଟିଫେସନ୍୍ କାର୍ ଧୋଇବାକୁ କାର ୱାଶ୍ ଦୋକାନ ଯାଇଥିଲେ । ଗ୍ୟାରି ତାଙ୍କର ଜଣେ ବନ୍ଧୁ କ୍ରିସ୍ ପାଇକକ୍ଙ୍କ ଗୋଡ଼ ହାତ ବାନ୍ଧି ଗାଡ଼ି ଢିକିରେ ରଖିଥିଲେ । ସେ କେବଳ ଅନ୍ତବସ୍ତ୍ର ହିଁ ପିନ୍ଧିଥିଲେ । ଦୋକାନ କର୍ମଚାରୀ ଗାଡ଼ି ଧୋଇବାକୁ ଢିକି ଖୋଲିବା ମାତ୍ରେ କ୍ରିସ୍ ଡେଇଁପଡି ଦୌଡ଼ି ପଳାଇଥିଲେ । ସେ କେବଳ ଲୋକଙ୍କୁ ହସାଇବା ପାଇଁ ଏପରି କରିଥିବା କହିଛନ୍ତି ।
Comments are closed.