Latest Odisha News

ହନୁମାନ ଚାଳିଶା ଚୌପାଇରେ ୪ ତ୍ରୁଟି ଦର୍ଶାଇଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ: ତୁଳସୀ ପୀଠାଧିଶ୍ୱର ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ହନୁମାନ ଚାଳିଶା ଚୌପାଇର ୪ଟି ତ୍ରୁଟି ଦର୍ଶାଇଛନ୍ତି । ଯେଉଁମାନେ ହନୁମାନ ଚାଳିଶାକୁ ମୁଦ୍ରଣ କରିଛନ୍ତି ସେମାନେ ଏହାକୁ ସଂଶୋଧନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ସେ ରାମଚରିତମାନସକୁ ରାଷ୍ଟ୍ରୀୟ ଗ୍ରନ୍ଥ ଘୋଷଣା କରିବା ପାଇଁ ଦାବୀ କରିଛନ୍ତି । ବୁଧବାର ଆଗ୍ରାରେ ଶ୍ରୀରାମ କଥା ଶୁଣାଇବା ଅବସରରେ ସେ ଏହି ତ୍ରୁଟି ଉପରେ ଶ୍ରୋତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ ।

୧. ଶଙ୍କର ସୁବନ କେସରୀ ନନ୍ଦନ: ତ୍ରୁଟି ସମ୍ପର୍କରେ ଜଗଦଗୁରୁ କହିଛନ୍ତି ଏହା ଶଙ୍କର ସ୍ୱୟଂ କେସରୀ ନନ୍ଦନ ହେବା କଥା । ମହାପ୍ରଭୁ ଶଙ୍କରଙ୍କ ପୁତ୍ର ନୁହନ୍ତି ହନୁମାନ, ସେ ସ୍ୱୟଂ ଶଙ୍କରଙ୍କ ଏକ ରୂପ ଅଟନ୍ତି ।
୨. ସବ ପର ରାମ ତପସ୍ୱୀ ରାଜା: ଏହା ସବ ପର ରାମରାଜ ସିର ତାଜ ହେବା କଥା ବୋଲି ସେ କହିଛନ୍ତି ।
୩. ରାମ ରସାୟନ ତୁମାହାରେ ପାସା ସଦା ରହୋ ରଘୁପତି କେ ଦାସା: ଏହାର ପ୍ରକୃତ ରୂପ ରାମ ରସାୟନ ତୁମହାରେ ପାସା, ସାଦର ହୋ ରଘୁପତି କେ ଦାସ ହେବ ବୋଲି ଜଗଦଗୁରୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।
୪. ଜୋ ସତ ବାର ପାଠ କର କୋଇ: ଏଥିରେ ତ୍ରୁଟି ରହିଛି ଏବଂ ଏହା ୟହ ସତ ବାର ପାଠ କର ଜୋହୀ ହେବ ବୋଲି ସେ କହିଛନ୍ତି ।

Comments are closed.