କୋଲକାତା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଶାର୍ଦ୍ଦୁଳ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ୨୦୫ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଶାର୍ଦ୍ଦୁଳ ୨୯ ବଲରେ ୯ ଚୌକା ଓ ୩ ଛକା ସହାୟତାରେ ୬୮ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାହମନୁଲ୍ଲା ଗୁରବାଜ ୫୭ ଓ ରିଙ୍କୁ ସିଂ ୪୬ ରନର ଇନିଂସ ଖେଳିଥିଲେ । ୧୧.୩ ଓଭର ବେଳକୁ କୋଲକାତା ୫ ୱିକେଟ ହରାଇ ୮୯ ରନ କରିଥିଲା । ସେ ସମୟରେ ଦଳ ୧୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିବା ନେଇ ଶଙ୍କା ଉପୁଜିଥିଲା । ତେବେ ଶାର୍ଦ୍ଦୁଳ ଓ ରିଙ୍କୁଙ୍କ ଯୋଗୁ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୨୦୪ ରନ କରିବାକୁ ସକ୍ଷମ ହୋଇଥିଲେ ।
ବାଙ୍ଗାଲୋର ପକ୍ଷରୁ ଡେଭିଡ ୱିଲି ଓ କର୍ଣ ଶର୍ମା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ବାଙ୍ଗାଲୋର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । କେକେଆର ତାର ପ୍ରଥମ ମ୍ୟାଚ ହାରିଥିବା ବେଳେ ବାଙ୍ଗାଲୋର ବିଜୟ ସହ ଭଲ ଫର୍ମରେ ରହିଛି । ଦୀର୍ଘ ଦିନ ପରେ କୋଲକାତା ତାର ହୋମ ଗ୍ରାଉଣ୍ଡରେ ମ୍ୟାଚ ଖେଳୁଛି । ଏହି ମ୍ୟାଚକୁ ଫ୍ରାଂଚାଇଜର ମାଲିକ ଶାହାରୁଖ ଖାଁ ଉପଭୋଗ କରିଥିଲେ ।
Comments are closed.