ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ଆର୍ଜେଂଟିନା ୬ ବର୍ଷ ପରେ ଫିଫା ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛି । ଭାରତର ର୍ୟାଙ୍କିଙ୍ଗରେ ମଧ୍ୟ ସୁଧାର ହୋଇଛି । ଭାରତୀୟ ଫୁଟବଲ ଟିମ ୫ଟି ସ୍ଥାନ ଉନ୍ନୀତ ହୋଇ ୧୦୧ ସ୍ଥାନରେ ରହିଛି । ଫ୍ରାନ୍ସ ଦ୍ୱିତୀୟ ଏବଂ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛନ୍ତି । ବେଲଜିୟମ ପୂର୍ବ ଭଳି ୪ର୍ଥ ସ୍ଥାନ ବଜାୟ ରଖିଛି । ଏମାନଙ୍କ ପଛକୁ ଯଥାକ୍ରମେ ନେଦରଲାଣ୍ଡ, କ୍ରୋଏସିଆ, ଇଟାଲୀ, ପର୍ତୁଗାଲ ଓ ସ୍ପେନ ରହିଛନ୍ତି । ଭାରତ ତ୍ରିରାଷ୍ଟ୍ରୀୟ ସିରିଜରେ ଭଲ ପ୍ରଦର୍ଶନ କରିଥିବାରୁ ର୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ଭାରତ ୧-୦ ଗୋଲରେ ମ୍ୟାନମାରକୁ ଓ ୨-୦ ଗୋଲରେ କିର୍ଗିସ୍ତାନକୁ ପରାସ୍ତ କରିଥିଲା ।
ଭାରତ ଏବେ ନ୍ୟୁଜିଲାଣ୍ଡଠାରୁ ଗୋଟିଏ ସ୍ଥାନ ତଳେ ଏବଂ କେନିୟାଠାରୁ ଗୋଟିଏ ସ୍ଥାନ ଉପରେ ରହିଛି । ୪୬ ଏସୀୟ ଦେଶ ମଧ୍ୟରେ ଭାରତ ୧୯ତମ ସ୍ଥାନ ହାସଲ କରିଛି । ଜାପାନ ଏହି ତାଲିକାରେ ଶୀର୍ଷରେ ରହିଛି ।
Comments are closed.