କଟକ: ସକାଳୁ ସକାଳୁ ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି ।
ସକାଳୁ ସକାଳୁ ୭ ଜଣ ଶୁଖୁଆ ବେପାରୀ ଏକ ପିକ୍ଅପ୍ ଭ୍ୟାନ୍ରେ ପାରାଦୀପ ଅଭିମୁଖେ ଯାଉଥିଲେ। ଡ୍ରାଇଭରଙ୍କ ସମେତ ୨ ଜଣ ଭ୍ୟାନ ଭ୍ୟାନ୍ ଭିତରେ ବସିଥିବାବେଳେ ଅନ୍ୟମାନେ ଡାଲାରେ ବସିଥିଲେ । ଭ୍ୟାନଟି ଦ୍ରୁତ ଗତିରେ ଆସୁଥିବାବେଳେ ଚାରିନଙ୍ଗଲ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ୖହୋଇଥିବା ଏକ ଆଇରନ୍ ବୋଝେଇ ଟ୍ରକ୍କୁ ଧକ୍କା ଦେଇଥିଲା ।
ଧକ୍କା ଏତେ ଜୋରରେ ହୋଇଥିଲା ଯେ, ଗାଡ଼ିରେ ଥିବା ଲୋକେ ଛିଟିକି ଦୂରରେ ପଡ଼ିଥିଲେ। ଭ୍ୟାନଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିଲା । ଫଳରେ ଗାଡ଼ି ଭିତରେ ଜଣେ ବ୍ୟକ୍ତି ଚାପି ହୋଇ ଯାଇଥିଲେ ଏବଂ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
୮ ଜଣ ଗୁରୁତରଙ୍କୁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସମସ୍ତଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨ ମହିଳା ଶୁଖୁଆ ବେପାରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
Comments are closed.