Latest Odisha News

BREAKING NEWS

ଏନ୍‌ସିଆର୍‌ଟିର ଦ୍ୱାଦଶ ଶ୍ରେଣୀ ବହିରେ ଆନନ୍ଦପୁର ସାହିବ ସଂକଳ୍ପ ବିଷୟରେ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି: ଶିଖ୍‌ କମିଟି ଏସ୍‌ଜିପିସି

ନୂଆଦିଲ୍ଲୀ: ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ବହିରେ ଆନନ୍ଦପୁର ସାହିବ ସଂକଳ୍ପ ବିଷୟରେ ଭ୍ରମାତ୍ମକ ତଥ୍ୟ ରହିଛି। ଶୁକ୍ରବାର ଏଭଳି ଦାବି କରିଛି ପଞ୍ଜାବ ସିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସଜିପିସି)। ଏନେଇ ଏକ ପ୍ରତିକ୍ରିୟା ଜାରି କରି ଏସଜିପିସି ମୁଖ୍ୟ ହରଜିନ୍ଦର ସିଂହ ଧାମୀ କହିଛନ୍ତି ୧୯୭୩ ସଂକ୍ଳପ ରାଜ୍ୟ ଅଧିକାର ଓ ସଂଘୀୟ ବ୍ୟବସ୍ଥାକୁ ମଜଭୁତ କରିବା ଉପରେ ହୋଇଥିଲା ବୋଲି ସେ କହିଛନ୍ତି।ଏନ୍‌ସିଆର୍‌ଟି ବହିରେ ମୁଗଲଙ୍କ ଇତିହାସ ହଟାଇ ଦେବା ନେଇ ଦାବି କୁହାଯାଉଥିବା ବେଳେ ଶିଖ୍ ଗ୍ରୁପ୍ ଏହି ଦାବି ସାମ୍ନାକୁ ଆସିଛି।

ଏନ୍‌ସିଆର୍‌ଟି ରାଜନୀତି ବିଜ୍ଞାନ ବହିରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଓ ଦେଶ ସ୍ୱାଧୀନ ହେବା ପରେ ସେ କଣ କରିଥିଲେ ନୂଆ ସିଲାବସ୍‌ରେ ଏସବୁ ହଟାଇ ଦିଆଯାଇଥିବା କୁହାଯାଉଛି।

ଆନନ୍ଦପୁର ସାହିବ ସଂକଳ୍ପ ବିଷୟରେ ପିଟିଆଇକୁ ସୂଚନା ଦେଇ ହରଜିନ୍ଦର ସିଂହ ଧାମୀ କହିଛନ୍ତି “ଶିଖ୍‌ମାନଙ୍କୁ ବିଚ୍ଛିନ୍ନାତବାଦୀ ବୋଲି ଦର୍ଶାଇବା ବିଲ୍‌କୁଲ୍‌ ନ୍ୟାୟସଂଗତ ନୁହେଁ। ତେଣୁ ଏନ୍‌ସିଆର୍‌ଟି ଏଭଳି ବିବାଦୀୟ ପଠାକୁ ପ୍ରତ୍ୟାହାର କରିବା ଉଚିତ। ଏନ୍‌ସିଆର୍‌ଟିର ଏଭଳି ପଦକ୍ଷେପ ଶିଖ୍‌ ସମ୍ପ୍ରଦାୟକୁ ଆଘାତ ଦେଇଛି।”

ଧାମୀଙ୍କ ସୂଚନା ଅନୁସାରେ, ଏନ୍‌ସିଆର୍‌ଟି ରାଜନୀତି ବିଜ୍ଞାନ ବହିର ବିଷୟ ୮ “ପଲିଟିକ୍ସ ଇନ୍‌ ଇଣ୍ଡିଆ ସିନ୍ସ ଇଣ୍ଡିପେଣ୍ଡେନ୍ସରେ ସାମ୍ପ୍ରଦାୟିକ ଘଟଣାଗୁଡ଼ିକ ନିଆଯାଇଛି।” ତେଣୁ ବୋର୍ଡ ପୁରୁଣା ତଥ୍ୟକୁ ଉଠାଇ କିଛି ଅପ୍‌ଡେଟ୍ ସୂଚନା ଦେଉ ବୋଲି ସେ ଦାବି କରିଛନ୍ତି।

ଏନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଦୁଃଖର କଥା ହେଲା କେନ୍ଦ୍ରକୁ ସୁହାଇଲା ଭଳି ଏହି ପରିବର୍ତ୍ତନ କରାଯାଇଛି। ଏଥିରେ ସଂଖ୍ୟାଲଘୁଙ୍କ କଥାକୁ ଉହ୍ୟ ରଖାଯାଇ ମନ ଇଚ୍ଛା ସିଲାବସ୍ ତିଆରି କରାଯାଉଛି। ଏଥିରେ ଆନନ୍ଦପୁର ସାହିବ ସଂକଳ୍ପକୁ ଭୁଲ୍‌ ଦର୍ଶାଇଯାଇଛି ବୋଲି ଧାମୀ ଦାବି କରିଛନ୍ତି।

Comments are closed.