ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଳରାମ ପୁର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଘଟିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତ ଲୋକଙ୍କୁ ଉଦ୍ଧାର କରିଥିଲା ।
ଦୁର୍ଘଟଣାରେ ଶିକାର ହୋଇଥିବା ଲୋକମାନେ ଦେବରିଆ ଜିଲ୍ଲାର ବାସିନ୍ଦା । ପୋଲିସଠାରୁ ସୂଚନା ପାଇବା ପରେ ଦୁର୍ଘଟଣାଗ୍ରସ୍ତ ପରିବାର ଲୋକେ ପହଞ୍ଚିଥିଲେ । ତିନିଜଣ ଶିଶୁଙ୍କ ସହ ୬ ଜଣ ଶନିବାର ସକାଳେ ଏକ କାରରେ ଶ୍ରୀଦତ୍ତଗଞ୍ଜ ଥାନା କ୍ଷେତ୍ରର ଦେବରିଆ ମୋଡ ଦେଇ ଯାଉଥିଲେ । ଏହି ସମୟରେ ଏକ ଟ୍ରକ ସହ କାରର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ, କାରଟି ଖଣ୍ଡଖଣ୍ଡ ହୋଇ ଉଡି ଯାଇଥିଲା ।
ଦୁର୍ଘଟଣାରେ କାରରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଏହି ଘଟଣା ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
Comments are closed.