ନୂଆଦିଲ୍ଲୀ: ଏକ କାର୍ଯ୍ୟକ୍ରମରେ ଜଣେ ନାବାଳକଙ୍କୁ ଚୁମ୍ବନ ଦେବା ଭିଡିଓ ଭାଇରାଲ ହେବା ପରେ ଶେଷରେ ତିବ୍ଦତର ଧର୍ମଗୁରୁ ଦଲାଇ ଲାମା କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ଟିମ ପକ୍ଷରୁ ଜାରୀ କରାଯାଇଥିବା ବିବୃତିରେ କୁହାଯାଇଛି ଧର୍ମଗୁରୁ କୌଣସି ଉଦ୍ଦେଶ୍ୟ ରଖି ଏପରି କାର୍ଯ୍ୟ କରି ନାହାନ୍ତି । ସ୍ନେହରେ ଖେଳିବା ଉଦ୍ଦେଶ୍ୟରେ ସେ ଏ ଭଳି କରିଥିଲେ । ସେ କ୍ୟାମେରା ଆଗରେ କିମ୍ବା ପଛରେ କୌଣସି କାର୍ଯ୍ୟ ପ୍ରାୟତଃ ଲୁଚାନ୍ତି ନାହିଁ । ଉକ୍ତ ବାଳକ, ତାଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କୁ କ୍ଷମା ପ୍ରାର୍ଥନା କରୁଛୁ । ଭିଡିଓରେ ବାଳକଟିକୁ ଚୁମ୍ବନ କରିବା ପରେ ଦଲାଇ ଲାମା ତାଙ୍କ ଜିଭ ଦେଖାଇ ପିଲାଟିର ମୁହଁ ପାଖକୁ ନେଇଥିଲେ ।
ଭିଡିଓରେ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏ ନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା । ଚୁମ୍ବନ ପର୍ଯ୍ୟନ୍ତ କଥା ଠିକ ଥିଲା ମାତ୍ର ଜିଭକୁ ଶୋଷିବା ପାଇଁ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ୟୁଜର୍ସମାନେ ମତ ରଖିଥିଲେ ।
Comments are closed.