Latest Odisha News

କୋଳରେ ବସି କେଶ କାଟନ୍ତି ଯୁବତୀ: ପାର୍ଲରରେ ଯୁବକଙ୍କ ଲମ୍ବା ଧାଡ଼ି

ନ୍ୟୁୟର୍କ: ଅନେକ ପୁରୁଷ ମହିଳାମାନଙ୍କ ପରି ସେମାନଙ୍କ ଚେହେରା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ । ସେମାନେ କେଶ କାଟିବା ହେଉ ବା ସେଭିଂ ପାଇଁ ପାଲର ଯିବା ତ ଦୂରର କଥା, ଅଳସୁଆରେ ଦାଢି ବଢାଇ ଦେଇଥାନ୍ତି । ଯଦି ପୁରୁଷ ପାଲରରେ ଜଣେ ସୁନ୍ଦରୀ ଯୁବତୀ କେଶ କାଟିବେ, ତାହାହେଲେ କେଉଁ ପୁଅ ଯିବାକୁ ଆଗ୍ରହ ଦେଖାଇବେ ନାହିଁ ? ହେଲେ ଆମେରିକାରେ ଏମିତି ଏକ ପୁରୁଷ ପାର୍ଲର ଅଛି ଯେଉଁଠି ଜଣେ ଯୁବତୀ କୋଳରେ ବସି କେଶ କାଟିବାଠାରୁ ଆରମ୍ଭ କରି ସେଭିଂ,ଫେସିଆଲ ଆଦି କାର୍ଯ୍ୟ କରିଥାନ୍ତି । ଏହି କାରଣରୁ ଉକ୍ତ ପାର୍ଲରରେ ଯୁବକମାନେ ଅଧିକମାତ୍ରାରେ ଭିଡ଼ ଜମାଇଥାନ୍ତିି ।

ଲାସଭେଗାସରେ ରହିଛି ୨୬ ବର୍ଷିୟା କାରା ଭେରାଙ୍କ ପାଲର । କାରା ଜଣେ ହେୟାର ଡ଼ିଜାଇନର । ତାଙ୍କର କେଶ କଟାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ସେଥିଲାଗି ଦୂରଦୂରାନ୍ତରେ ଅନେକ ଏହି ପାର୍ଲରକୁ ଆସିଥାନ୍ତି । ଏଥିସହିତ କାରାଙ୍କ କେଶ କାଟିବା ଶୈଳୀ ଟିକେ ନିଆରା,ଯାହା ଯୁବପିଢୀଙ୍କୁ ବେଶ୍ ଆକୃଷ୍ଟ କରୁଛି । କାରା ଗ୍ରାହକଙ୍କ କୋଳରେ ବସି କେଶ କାଟିଥାନ୍ତି । ଏଥିଲାଗି ଏହି ପାର୍ଲରର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ପ୍ରକାରର କେଶ କାଟିବା ପାଇଁ କାରା ଅଧିକ ଚାର୍ଜ ନେଇଥାନ୍ତି । କେବଳ କେଶ କାଟିବା ପାଇଁ ସେ ୧୦ ହଜାର ଟଙ୍କା ନେଇଥାନ୍ତି । ଏନେଇ କାରା କୁହନ୍ତି, କେବଳ ଯୁବକମାନେ ତାଙ୍କ ପାଲରକୁ ଆସନ୍ତି ନାହିଁ । ବିବାହିତ ପୁରୁଷମାନେ ମଧ୍ୟ ଆସିଥାନ୍ତିି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ପତ୍ନୀଙ୍କଠାରୁ କଲ ପାଇ ନାହାନ୍ତି । କିନ୍ତୁ ତାଙ୍କ ଭିଡ଼ିଓ ଦେଖି ଅନେକ ମହିଳା ନକରାତ୍ମକ ମନ୍ତବ୍ୟ ଦିଅନ୍ତି । ବୟସ୍କ ପୁରୁଷମାନେ ମଧ୍ୟ ତାଙ୍କ ପାର୍ଲରକୁ ଯାଆନ୍ତି, ତାଙ୍କର ଉଦ୍ଦେଶ୍ୟ ସେ ଠିକ୍ ଭାବେ ବୁଝିଯାଆନ୍ତି । ସେ ତାଙ୍କ ପ୍ରେମିକକୁ ଅନ୍ୟ ଜଣେ ମହିଳାଙ୍କ ଦ୍ୱାରା କେଶ କାଟିବାକୁ କେବେ ବି ଅନୁମତି ଦେବି ନାହିଁ । ତଥାପି ଅନ୍ୟ ପୁରୁଷଙ୍କ ଉପରେ ବସି କେଶ କାଟିବାରେ ତାଙ୍କର କୌଣସି ଆପତ୍ତି ନାହିିଁଁବୋଲି କୁହନ୍ତି କାରା । ଅନେକ ପୁରୁଷ ମଧ୍ୟ ତାଙ୍କୁ ଡେଟ କରିବାକୁ ଚାହାଁନ୍ତି ଏବଂ ଲଙ୍ଗ ଡ଼୍ରାଇଭରେ ନେବା ପାଇଁ ପ୍ରସ୍ତାବ ଦିଅନ୍ତି, କିନ୍ତୁ ସେ କାହା ସହିତ ଯାଆନ୍ତି ନାହିଁ ।

Comments are closed.