Latest Odisha News

BREAKING NEWS

ଥାଇଲାଣ୍ଡ ସନ୍ତରଣ ଚାମ୍ପିୟନଶିପ: ପବନ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ବ୍ୟାଙ୍କକର ଆସମ୍ପସନ ୟୁନିଭରସିଟିରେ ଚାଲିଥିବା ଥାଇଲାଣ୍ଡ ଏଜ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ମଙ୍ଗଳବାର ପୁରୁଷ ୫୦ ମିଟର ଫ୍ରିଷ୍ଟାଇଲ ଇଭେଂଟରେ ଓଡିଶାର ପବନ ଗୁପ୍ତା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨୩.୨୪ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ପୂର୍ବରୁ ମହିଳା ସନ୍ତରଣକାରୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।

ପ୍ରତ୍ୟାଶା ରାୟ ୨୦୦ ମିଟର ଓ ୫୦ ମିଟର ବ୍ୟାକ ଷ୍ଟ୍ରୋକରେ ରୌପ୍ୟ ଏବଂ ୫୦ ମିଟର ଓ ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗୀମାନେ ଜେଏସଡବ୍ଲ୍ୟୁ ସନ୍ତରଣ ଏଚପିସିରେ ପ୍ରଶିକ୍ଷଶ ନେଉଛନ୍ତି ।

Comments are closed.