ମଞ୍ଚେଷ୍ଟର: ଘର ଖଣ୍ଡିଏ ପାଇଁ ଅନେକ ଲୋକ ବହୁତ କଷ୍ଟ କରିଥାନ୍ତି । କିଛି ଲୋକ ଘରକୁ ସଜାଇ ନିଜେ ରୁହନ୍ତି । ଆଉ କିଛି ଭଡ଼ାରେ ଦେଇଥାନ୍ତି । ଘର ମାଲିକ ବିଭିନ୍ନ ପ୍ରତିବନ୍ଧକ ସହିତ ଭଡା ଦିଅନ୍ତି । ଏଥି ସହିତ ପୋଲିସର ଯାଞ୍ଚ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । କିନ୍ତୁ କିଛି ଲୋକ ଘରକୁ ଏପରି ଦୟନୀୟ କରି ରଖନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏମିତି ଜଣେ ବ୍ୟକ୍ତି ଭଡ଼ା ଘରକୁ ଡ଼ମ୍ପିଂୟାର୍ଡ଼ କରିଛନ୍ତି ,ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।
ଏହି ଘଟଣା ମଞ୍ଚେଷ୍ଟରର । ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଘରକୁ ଭଡା ଦେଇଥିଲେ । ସେହି ଘରେ ଜଣେ ଯୁବକ ଭଡ଼ାରେ ରହିଲେ । ଏହି ଯୁବକ ଜଣକ କ୍ୱଚିତ୍ ଘରୁ ବାହାରକୁ ଆସନ୍ତି । ପାଖ ପଡ଼ୋଶୀ ମଧ୍ୟ ତାଙ୍କୁ ବାହାରେ କେବେ ଦେଖି ନାହାନ୍ତି । ପ୍ରତ୍ୟେକ ଦିନ କେବଳ ପିଜା ଅର୍ଡ଼ର କରନ୍ତି । ପିଜା ନେବା ବେଳେ ନିଜ ଘରର କବାଟ ଅଳ୍ପ ଖୋଲିଥାନ୍ତି । କିଛି ମାସ ପରେ ଘରୁ ଦୁର୍ଗନ୍ଧ ବାହାରିବାରୁ ଆଖପାଖର ଲୋକେ ଘର ମାଲିକଙ୍କୁ ଜଣାଇଲେ । ଘର ମାଲିକ ଆସି ଯାହା ଦେଖିଲେ ତାଜୁବ୍ ହୋଇଗଲେ । ତୁରନ୍ତ ତାଙ୍କୁ ଘର ଖାଲି କରିବାକୁ କହିଲେ ଘର ମାଲିକ ।
ମାଲିକ ଲୋକ ଲଗାଇ ଘର ସଫା କଲେ । ଘର ସମ୍ପୂର୍ଣ୍ଣ ଭାବେ ସଫା କରିବାକୁ ୩ ଦିନ ଲାଗିଗଲା । ସେ ଘରର ବିଭିନ୍ନ ଜିନିଷପତ୍ର ଏଣେତେଣେ ବିଛାଡ଼ି କରି ପକାଇଥିଲେ । ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମା କରି ରଖିଥିଲେ । ପ୍ରତ୍ୟେକ ଦିନ ପିଜା ଅର୍ଡ଼ର କରି ଖାଇବା ପରେ ଏହାର ଖୋଳକୁ ମଧ୍ୟ ଏଠାରେ ଜମା କରି ରଖିଥିଲେ । କେବଳ ସେତିକି ପରିଶ୍ରାକୁ ବୋତଲରେ ଭର୍ତ୍ତି କରି ରଖିଥିଲେ । ବ୍ୟକ୍ତି ଜଣକ ଘରକୁ ଡ଼ମ୍ପିଂୟାର୍ଡ଼ କରିଥିଲେ । ଏପରି ଅପରିଷ୍କାର ପରିବେଶରେ ବ୍ୟକ୍ତି ଜଣକ କିପରି ରହୁଥିଲେ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
Comments are closed.