କୋରାପୁଟ : ବିରଳ ଧାନ ବିହନର ସଂଗ୍ରାହକ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ହୋଇ ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କମଳା ପୂଜାରୀଙ୍କ ପାକଜନିତ ସମସ୍ୟା ହେତୁ ସେ ଗୁରୁତର ଅସୁସ୍ଥ ଥିବା କୁହାଯାଉଛି। ତାଙ୍କର ଚିକିତ୍ସା ଲାଗି ଏକ ୫ଜଣିଆ ଡାକ୍ତରୀ ଟିମ୍ ଗଠିତ ହୋଇଛି। ଏହି ୫ଜଣିଆ ଡାକ୍ତରୀ ଦଳ କମଳା ପୂଜାରୀଙ୍କ ଚିକିତ୍ସା ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ କମଳା ପୁଜାରୀଙ୍କୁ ଗତବର୍ଷ ଅକ୍ଟୋବର ମାସରେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜ୍ବର ହୋଇ ବାରମ୍ବାର କାଶ ହେଉଥିବା ସ୍ଥାନୀୟ ଆଶାକର୍ମୀ ସୂଚନା ଦେବାପରେ ତୁରନ୍ତ ଡାକ୍ତରୀ ଟିମ୍ ପାତ୍ରପୁଟ ଗାଁରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଅଧିକ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାର ଭେଷଜ ବିଭାଗ ମହିଳା ୱାର୍ଡର ୬ ନମ୍ବର ସ୍ବତନ୍ତ୍ର କ୍ୟାବିନରେ କମଳା ପୂଜାରୀଙ୍କୁ ରଖାଯାଇଥିଲା। ପରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଥିଲା। ସେଠାରୁ ସୁସ୍ଥ ହେବାପରେ ସେ ନିଜ ଘରକୁ ଫେରିଥିଲେ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିବା ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶୁଭେଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Comments are closed.