Latest Odisha News

‘କଥା ରଖି ପାରିଲିନି, ମୋତେ ଭୁଲିଯାଅ..’ ଶେଷ ବାର୍ତ୍ତା ଦେଇ ୮ ମହଲାରୁ ଡେଇଁ ପଡ଼ିଲେ ଆଇନ ଛାତ୍ର

ଭୁବନେଶ୍ୱର:‘ଦେଇଥିବା ପ୍ରତିଶ୍ରୁତି ପାଇଁ ମୁଁ ଦୁଃଖିତ । ସେ ପ୍ରତିଶୟୁତି ରଖି ପାରିଲିନି କି ରଖିପାରିବିନି । ଏକ ଖରାପ ସ୍ମୃତି ବୋଲି ଭାବି ମୋତେ ଭୁଲିଯାଅ ।’ ଇନଷ୍ଟାରେ ଶେଷ ବାର୍ତ୍ତା ଦେଇ ୮ ମହଲା ଛାତରୁ ଡେଇଁ ପଡିଲେ ଛାତ୍ର । ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

ଯୁବପୀଢୀଙ୍କ ଆତ୍ମହତ୍ୟା ଏବେ ଚିନ୍ତା ବଢାଇ ଦେଇଛି । କ୍ରମାଗତ ଭାବେ ବଢିଚାଲିଛି ଯୁବପୀଢୀଙ୍କ ଆତ୍ମହତ୍ୟା । ଜଣ ଆଇନ ବିଭାଗର ଛାତ୍ର ଆପାର୍ଟମେଣ୍ଟର  ୮ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି ରବିବାର ସନ୍ଧ୍ୟାରେ । ମୃତ ଛାତ୍ର ଜଣକ ହେଲେ ୨୩ ବର୍ଷୀୟ ଅନିରାଜ ମାନସ ଟୁଡ । ସେ ଜଣେ ଲ’ ଛାତ୍ର ଏବଂ କଟକ ଲ ୟୁନିଭର୍ସିଟି ହଷ୍ଟେଲରେ ରହୁଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର ପିରବାର ପୂର୍ବରୁ ଏହି ଆପର୍ଟମେଣ୍ଟରେ ରହୁଥିଲେ ଏବଂ ପରବର୍ତ୍ତୀ ସମୟରେ ଗଙ୍ଗା ନଗରକୁ ସିଫ୍ଟ ହୋଇ ଯାଇଥିଲେ । ତେବେ ଅନିରାଜ କାହିଁକି ୮ମ ମହଲାକୁ ଯାଇଥିଲେ ଏବଂ କେଉଁ ପରିସ୍ଥିତିରେ ତଳକୁ ଖସି ଯାଇଥିଲେ ତାହା ଏ ଯାଏ ଅସ୍ପଷ୍ଟ ରହିଛି। ତେବେ ଅନିରାଜଙ୍କ ମୃତ୍ୟୁ ପରେ ତାଙ୍କୁ ଦୁଇ ଜଣ ପିଲା ଖୋଜିବାକୁ ଆସିଥିବା ଘଟଣା ଏବେ ଏହି ରହସ୍ୟକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଉଛି ।

ଖାରବେଳ ନଗର ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସିସିଟିଭି ଫୁଟେଜକୁ ନେଇ ପୋଲିସ ତଦନ୍ତ କରୁଛି । ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ମୃତ୍ୟୁ ପୂର୍ବରୁ ସେ ତାଙ୍କ ଭଉଣୀଙ୍କୁ ଶେଷଥର ପାଇଁ କଲ କରିଥିଲେ । ସେ ମୃତ୍ୟୁର ଦୁଇ ଦିନ ପୂର୍ବରୁ ହଷ୍ଟେଲ ଛାଡି ଥିଲେ ।

ଛାତ୍ରଙ୍କ ମୃତ୍ୟୁ ଖବର ଜାଣିବା ପରେ ଲ’ ୟୁନିଭର୍ସିଟି ପକ୍ଷରୁ ଆଜି ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏପରକି ଲାଇବ୍ରେରୀ ଉଦ୍ଘାଟନ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

Comments are closed.