Latest Odisha News

ଲଗାତର ୪ଟି ମ୍ୟାଚ ହାରିବା ପରେ ଜିତିଲା କେକେଆର

ବାଙ୍ଗାଲୋର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୨୧ ରନରେ ଜିତିଛି। ଲଗାତର ୪ଟି ମ୍ୟାଚ ହାରିବା ପରେ କୋଲକାତା ଏହି ମ୍ୟାଚ ଜିତି ବିଜୟର ସ୍ୱାଦ ଚାଖିଥିବା ବେଳେ ଚଳିତ ଆଇପିଏଲ ସିଜିନରେ ଏହା ଦଳର ତୃତୀୟ ବିଜୟ।

ଆରସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆରସିବି ଦଳ ୨୦ ଓଭରରେ ୮ ଟି ୱିକେଟ୍ ହରାଇ ୧୭୯ ରନ୍ କରିପାରିଥିଲା। ଆରସିବି ପାଇଁ ବିରାଟ କୋହଲି ୩୭ ବଲରେ ସର୍ବାଧିକ ୫୪ ରନ୍ ସଂଗ୍ରହ କରିଥିଲେ। ବରୁଣ ଚକ୍ରବର୍ତ୍ତୀ କେକେଆର୍ ପାଇଁ ସର୍ବାଧିକ ୱିକେଟ୍ ନେଇଥିଲେ। ଏହି ସମୟରେ ଆଣ୍ଡ୍ରେ ରସେଲ ଏବଂ ସୁୟଶ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

୨୦୧ ରନ୍‌ର ଟାର୍ଗେଟକୁ ପିଛାକରି ଆରସିବିରୁ ବିରାଟ କୋହଲି ଏବଂ ଫାଫ ଡୁ ପ୍ଲେସିସଙ୍କ ଦ୍ୱାରା ଭଲ ଇନିଂସ ଆରମ୍ଭ ହୋଇଥିଲା। କିନ୍ତୁ ତା’ପରେ ସୂୟଶ ଶର୍ମା ଡୁ ପ୍ଲେସିସକୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ୧୭ ରନ୍ କରିବା ପରେ ଡୁ ପ୍ଲେସିସ୍ ଆଉଟ୍ ହୋଇଥିଲେ। ସୁୟଶ ଶର୍ମା ମଧ୍ୟ ଆରସିବିକୁ ଦ୍ୱିତୀୟ ଝଟକା ଦେଇଥିଲେ। ସେ ଶାହାବାଜ ଅହମ୍ମଦଙ୍କୁ ଆଉଟି କରି ଝଟକା ଦେଇଥିଲେ। ଏହା ପରେ ବରୁଣ ଚକ୍ରବର୍ତ୍ତୀ ଆରସିବିକୁ ତୃତୀୟ ବଡ ଝଟକା ଦେଇଥିଲେ ମହିପାଲ ଲୋମରଙ୍କୁ ଆଉଟ କରି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବିରାଟ କୋହଲି ଆଉଟ ହେବା ପରେ ଦଳକୁ ପଞ୍ଚମ ଝଟକା ଲାଗିଥିଲା। ଆଣ୍ଡ୍ରେ ରୋସେଲ କୋହଲିଙ୍କୁ ଆଉଟ
କରିଥିଲେ। ୩୭ ବଲରେ ୫୪ ରନ୍ କରିବା ପରେ କୋହଲି ଆଉଟ୍ ହୋଇଥିଲେ।

ଜେସନ୍ ରୟ କେକେଆର୍ ପାଇଁ ୨୯ ବଲରେ ୫୬ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ। ଏଥିସହିତ ନୀତୀଶ ରାଣା ୨୧ ବଲରେ ୨୮ ରନର ଇନିଂସ ଖେଳିଥିଲେ। ୱାନିନ୍ଦୁ ହସରଙ୍ଗା ଏବଂ ବିଜୟକୁମାର ଭୈଶକ ଆରସିବିରୁ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

Comments are closed.