Latest Odisha News

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ଏକଥା ମୁଁ ଜାଣେ ଅକ୍ଷରା, କିନ୍ତୁ କ’ଣ କରିବା? ଆମକୁ ଯିବାକୁ ହିଁ ପଡ଼ିବ । ମୋ’ ହାତରେ କିଛି ନାହିଁ । ଆର୍କିଟେକ୍‌ଚର୍ । ଭାରତ ଦାୟିତ୍ୱରେ ଥିବା ଲୋକଟା ଅ୍ରତ୍ୟାଶିତ ଭାବରେ ଇସ୍ତଫା ଦେଇଦେବାରୁ, ତୁରନ୍ତ ସେଠାକୁ ଯାଇ କାମ ସମ୍ଭାଳିବାକୁ ମୋ’ ବସ୍‌ ମତେ ଆଜି ଡାକିକରି କହିଲେ । ଆଉ ଆମେ କ’ଣ କ’ଣ ଲାଭ ପାଇବା, ସେକଥାକୁ ଟିକେ ଭାବି ଦେଖ – ଅଧିକ ଦରମା, କ୍ୟାରିୟର୍ ପାଇଁ ବେଶୀ ସୁଯୋଗ – ଭାବିଲ ଦେଖି ଭଲ ପାଠପଢ଼ା ପାଇଁ ଭାରତର ବି ନାଁ ଅଛି, ଖାତିର ଅଛି । ବୀରା ଓ ସମୀରାଙ୍କ ଭବିଷ୍ୟତ ବି ଖୁବ୍‌
ସୁରକ୍ଷିତ ରହିପାରିବ ।”

“ହେଲେ ବାବା, ମୋ’ ସାଂଗ! ସାରା, କ୍ରିଷ୍ଟଲ ଆଉ ହାନ୍ନା ଆଦିଙ୍କୁ ଛାଡ଼ି ମୁଁ ମୋ’ ଜୀବନ କଥା ଚିନ୍ତା କରି ପାରୁନି”, ବୀରା ବିକଳ ହୋଇ କହି ଉଠିଲା । “ମୁଁ ଜାଣେ ସେଠି ଆଡ଼୍‌ଜଷ୍ଟ କରିବା ପାଇଁ ତତେ କିଛି ସମୟ ଲାଗିବ । ହେଲେ ସବୁବେଳେ ସାଙ୍ଗମାନଙ୍କ ଉପରେ ନିର୍ଭର କରିବା ବି ଠିକ୍ ନୁହେଁ । ନୂଆ ଲୋକମାନଙ୍କ ସହ ଠିକ୍ ଭାବରେ ଆଡ଼୍‌ଜଷ୍ଟ କରି ଚଳିବା ବି ଶିଖିନେବା ଉଚିତ୍ । ତା’ଛଡ଼ା ତତେ ବି କିଛି କିଛି ହିନ୍ଦୀ ଜଣା ଅଛି । ତେଣୁ ଲୋକଙ୍କ ସହ କଥା ବାର୍ତ୍ତା କରିବା ପାଇଁ ତତେ ବିଶେଷ କିଛି ଅସୁବିଧା ହେବନି ।” ମିଃ. ମାହେଶ୍ୱରୀ ସାନ୍ତ୍ୱନା ଦେଇ କହିଲେ ।

“କିନ୍ତୁ ତମେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଭୁଲିଯାଉଛ ଅନନ୍ତ – କେତେ ଟଙ୍କା ଖଚ୍ଚ ହେଇଯିବ ଭାବିଲ – ଏତେ କମ ସମୟ ଭିତରେ ଆସବାବପତ୍ର – ସବୁ ପ୍ୟାକ୍ କରି ଭାରତକୁ ପଠାଇବା – କେତେ ଗୁଡ଼େ ଖର୍ଚ୍ଚ ହେବ, ଜାଣିଛ! ଆମେରିକା ଭିତର କଥା ହୋଇଥିଲେ ଅଲଗା… ଆଉ ଗୋଟେ ମହାଦେଶକୁ ଯିବାପାଇଁ ହେଲେ, ଟିକେଟ୍‌, ଭିସା ପରି ଅନେକଗୁଡ଼ାଏ ବିରକ୍ତିକର ପେପର ୱାର୍କ ପୁଣି ଅଛି… ଏସବୁ କାମ ପାଇଁ ଗୋଟେ ମାସ ଲାଗିଯାଇପରେ । ଆଉ ଏତେସବୁ କଥା ମୁଁ ବିଲ୍‌କୁଲ ସମ୍ଭାଳି ପାରିବିନି ।” ଅତି କଠୋର ଭାବରେ ମିସେସ୍‌
ମାହେଶ୍ୱରୀ ଏତକ ଶୁଣେଇ ଦେଲେ ।

କ୍ରମଶଃ

 

Comments are closed.