Latest Odisha News

BREAKING NEWS

ଚାଲନ୍ତୁ ବୁଲିଯିବା ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାର ମୟୂରଭଞ୍ଜରେ ଅବସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ। ଏଠାକାର ସୁନ୍ଦର ପରିବେଶ ସାଙ୍ଗକୁ ପ୍ରାକୃତିକ ଶୋଭରାଜି ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରି ଦେଇଥାଏ । ଭାରତର ଜାତୀୟ ଉଦ୍ୟାନ ମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ଏହି ସ୍ଥାନକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

ଶିମିଳିପାଳ ଜାତୀୟ ଉଦ୍ୟାନରେ ୧୦୭୬ ପ୍ରକାର ପ୍ରଜାତିର ଗଛଲତା ରହିଛି। ଏଠାରେ ଥିବା ଗଛଲତାକୁ ବିଭିନ୍ନ ଔଷଧ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ। ୟୁକାଲିପଟାସ ଗଛ ଏହି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଅଧିକ ବଢାଇ ଦେଇଥାଏ।

ଏଠାକାର ଜଙ୍ଗଲରେ ଆପଣ ସଫାରୀର ମଜା ନେଇପାରିବେ।

ସଫାରୀରେ ଆପଣ ବିଭିନ୍ନ ପ୍ରକାରର ଜଙ୍ଗଲୀ ଜୀବଜନ୍ତୁ , ପଶୁପକ୍ଷୀଙ୍କୁ ଅତି ନିକଟରୁ ଦେଖି ପାରିବେ। ଏଥିରେ ବୁଲୁବୁଲୁ ଝରଣାର ସୁନ୍ଦର ରୂପକୁ ମଧ୍ୟ ଅତି ନିକଟରୁ ଦେଖି ପାରିବେ ।

ଆପଣ ପ୍ରକୃତିପ୍ରେମୀ ହୋଇଥିଲେ ଆପଣଙ୍କୁ ଏହି ସ୍ଥାନ ଖୁବ ପସନ୍ଦ ଆସିବ ।

କେମିତି ଯିବେ:
ଏହାର ନିକଟତର ବିମାନବନ୍ଦର ହେଉଛି ଭୁବନେଶ୍ୱର ବିମାନବନ୍ଦର । ବାରିପଦା ଠାରୁ ୬୦ କିମି ଦୂରରେ ଅବସ୍ଥିତ ବାଲେଶ୍ୱର ଏହାର ନିକଟତମ ରେଳ ଷ୍ଟେସନ। ସେଠାରୁ ଟ୍ୟାକ୍ସିରେ ଆପଣ ଶିମିଳିପାଳ ଯାଇପାରିବେ ।

Leave A Reply

Your email address will not be published.