ନୂଆଦିଲ୍ଲୀ: ଭାରତରେ ବେରୋଜଗାରୀ ହାର ଲଗାତର ବଢ଼ିବାରେ ଲାଗିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(CMIE) ଅନୁସାରେ ଏପ୍ରିଲରେ ଏହା ବଢ଼ି ୮.୧୧ ପ୍ରତିଶତ ପହଞ୍ଚିଛି। ଏହା ପୂର୍ବରୁ ମାର୍ଚ୍ଚରେ ବେରୋଜଗାରୀ ଦର ୭.୮୦ ପ୍ରତିଶତ ଥିଲା । ସେହିପରି ଫେବ୍ରୁଆରୀରେ ୭.୪୫ ପ୍ରତିଶତ ରହିଥିଲା।
ତେବେ ସବୁଠାରୁ ଖୁସିର କଥା ହେଲା ଗ୍ରାମାଞ୍ଚଳରେ ବେରୋଜଗାରୀ ହାର କମ୍ ରହିଛି। ଗ୍ରାମାଞ୍ଚଳ ଅନୁସାରେ ସହରାଞ୍ଚଳରେ ବେରୋଜଗାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଏପ୍ରିଲ ମାସରେ ସହରାଞ୍ଚଳରେ ବେରୋଜଗାରୀ ହାର ୮.୫୧ ପ୍ରତିଶତରୁ ବୃଦ୍ଧି ପାଇଁ ୯.୮୧ ପ୍ରତିଶତ ହୋଇଛି। କିନ୍ତୁ ଏପ୍ରିଲ୍ରେ ଗ୍ରାମାଞ୍ଚଳର ବେରୋଜଗାରୀ ହାରରେ ସାମାନ୍ୟ ହ୍ରାସ ହୋଇ ୭.୩୪ ପ୍ରତିଶତ ରହିଛି। ମାର୍ଚ୍ଚରେ ଗ୍ରାମାଞ୍ଚଳରେ ବେରୋଜଗାରୀ ସଂଖ୍ୟା ୭.୪୭ ପ୍ରତିଶତ ଥିଲା।
ରିପୋର୍ଟ ଅନୁସାରେ ଯେଉଁମାନେ ଏପ୍ରିଲ୍ରେ ନୂଆ କରି ରୋଜଗାର କରିବାକୁ ବଜାରକୁ ଆସିଲେ ସେମାନଙ୍କ ମଧ୍ୟରୁ ୮୭ ପ୍ରତିଶତଙ୍କୁ ଚାକିରି ମିଳିଛି। କାରଣ ଏପ୍ରିଲ ମାସରେ ୨.୨୧ କୋଟି ନୂଆ ଚାକିରି ବଜାରକୁ ଆସିଛି। ଏହା ବ୍ୟତୀତ ଏପ୍ରିଲ୍ରେ ୨.୫ କୋଟି ଶ୍ରମିକ ବଳ ବଢିଛି। ଫଳରେ ଦେଶରେ ମୋଟ ଶ୍ରମିକ ବଳ ୪୬.୭ କୋଟିରେ ପହଞ୍ଚିଛି।
୨୦୨୨ରେ ୪ ଥର ବେରୋଜଗାରୀ ହାର ୮ ପ୍ରତିଶତ ପାର୍ ହୋଇଛି
ଗତବର୍ଷ ୨୦୨୨ରେ ୪ ଥର ବେରୋଜଗାରୀ ହାର ୮ ପ୍ରତିଶତ ଉପରରକୁ ଯାଇଥିଲା। ଫେବ୍ରୁଆରୀ ମାସରେ ୮.୧୦ ପ୍ରତିଶତ, ଅଗଷ୍ଟରେ ୮.୨୮ ପ୍ରତିଶତ, ନଭେମ୍ବରରେ୮.୦୩ ପ୍ରତିଶଥ ଓ ଡିସେମ୍ବରରେ ୮.୩୦ ପ୍ରତିଶତ ରହିଥିଲା। ତେବେ ସେପ୍ଟେମ୍ବର ମାସରେ ବେରୋଜଗାରୀ ହାର ସବୁଠାରୁ କମ୍ ୬.୪୩ ପ୍ରତିଶତ ରହିଥିଲା।
କିପରି ଆକଳନ କରାଯାଏ ବେରୋଜଗାରୀ ହାର ?
ଡିସେମ୍ବରରେ ବେରୋଜଗାରୀ ହାର ବଢ଼ି ୮.୧୧ ପ୍ରତିଶତ ରହିବା ଅର୍ଥ ହେଲା କାମ ଖୋଜୁଥିବା ପ୍ରତି ୧୦୦୦ ଜଣରୁ ମାତ୍ର ୮୧ ଜଙ୍କୁ କାମ ମିଳିପାରି ନାହିଁ। CMIE ପ୍ରତି ମାସ ୧୫ରୁ ଅଧିକ ବୟସର ଲୋକଙ୍କ ଘରକୁ ଯାଇ ସର୍ଭେ କରେ। ପରିବାର ଲୋକଙ୍କୁ ସେମାନଙ୍କର ରୋଜଗାର ବିଷୟରେ ବୁଝି ସମ୍ପୂର୍ଣ୍ଣ ତଥ୍ୟ ନେବା ପରେ ଯାଇ ରିପୋର୍ଟ ପ୍ରକାଶ କରିଥାଏ। CMIEର ଅନୁସାରେ ଦେଶରେ ଅର୍ଥନୀତିର ସ୍ଥିତି ଅନୁସାରେ ଦେଶରେ ବେରୋଜଗାରୀ ହାର ଠିକ୍ ଭାବେ ଜଣାପଡ଼ିଥାଏ। କାରଣ ଦେଶର ମୋଟ ଜନସଂଖ୍ୟାରେ କେତେ ବେରୋଜଗାରୀ ଅଛନ୍ତି ତାହା ଏଥିରୁ ଜଣାପଡ଼ିଥାଏ। ତେଣୁ ଆସନ୍ତାଦିନମାନଙ୍କରେ ବେରୋଜଗାରୀ ଦର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍।
Comments are closed.