Latest Odisha News

BREAKING NEWS

ଶୋରୁମ୍‌ରୁ ଚୋରି ହେଲା ୨୨୦ ହଳ ବ୍ରାଣ୍ଡେଡ୍ ଜୋତା, ହେଲେ ସବୁ ଥିଲା ଗୋଟିଏ ପାଦର

ପେରୁ: କାମଟି ଛୋଟ ହେଉ କି ବଡ଼ , ଏହା କରିବା ପାଇଁ କଠିନ ପରିଶ୍ରମ ଏବଂ ଉତ୍ସାହ ଆବଶ୍ୟକ କରେ । ଯଦି କୌଣସି କାମ ଉତ୍ସାହର ସହିତ କରା ନ ଯାଏ, ତାହାହେଲେ ସେହି ପରିଶ୍ରମର କୌଣସି ଲାଭ ନାହିଁ । ଆମେ ଆପଣଙ୍କୁ ଏହିପରି କିଛି ଚୋର ବିଷୟରେ କହିବୁ, ଯେଉଁମାନେ କମ୍ ପରିଶ୍ରମ କରି ଅଧିକ ରୋଜଗାର କରିବାକୁ ଚିନ୍ତା କରିଥିଲେ । କିନ୍ତୁ ସେମାନଙ୍କର ବୁଦ୍ଧି ବ୍ୟବହାର ନ କରିବାରୁ ସେମାନଙ୍କ ପରିଶ୍ରମ ସବୁ ବୃଥାରେ ଯାଇଛି ।

ପେରୁରେ ରହୁଥିବା ୩ ଚୋରଙ୍କ କାରନାମା ଏବେ ଖୁବ୍ ଚର୍ଚ୍ଚାରେ । ଏହି ଚର୍ଚ୍ଚା କେବଳ ତାଙ୍କର ମୂର୍ଖାମୀ ପାଇଁ । କିଛି ଦିନ ତଳେ ଏହି ତିନି ଚୋର ପେରୁର ହୁଆଙ୍କାୟୋରେ ଥିବା ସ୍ପୋର୍ଟସ୍ ଗୁଡ୍ ନାମକ ଜୋତା ଶୋ’ରୁମରେ ଚୋରି କରିବାକୁ ତାଲା ଭାଙ୍ଗି ପଶିଥିଲେ । ଶୋରୁମ୍‌ରେ ଥିବା ସବୁ ଦାମୀ ଜୋତା ବସ୍ତାରେ ପୁରାଇ ନେଇଯାଇଥିଲେ । ସେମାନେ ମୋଟ ୨୨୦ ହଳ ଜୋତା ନେଇଯାଇଥିଲେ, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ଥିଲା । ଚୋରି କରି ସହଜରେ ସେଠାରୁ ଖସି ଆସିଥିବାରୁ ତିନି ଚୋର ଖୁସି ହୋଇଗଲେ । ହେଲେ ସେମାନେ ଜାଣି ନଥିଲେ ଯେ ଚୋରି ସମୟରେ ସେ କେଉଁ ବଡ ଭୁଲ କରିଛନ୍ତି । ପରେ ଜାଣିବାକୁ ପାଇଲେ ଯେ, ଏତେ ପରିଶ୍ରମ କରି ଚୋରି କରିବାର କୌଣସି ଲାଭ ହେଲା ନାହିଁ । କାରଣ ସବୁ ଜୋତା ଗୋଟିଏ ପାଦର ଥିଲା । ଏହି ଘଟଣାରେ ଶୋରୁମ ମାଲିକ ପ୍ରାୟ ୧୦ ଲକ୍ଷ ଟଙ୍କା କ୍ଷତି ସହିଥିବା ବେଳେ ଚୋରମାନେ ମଧ୍ୟ କୌଣସି ଲାଭ ପାଇଲେ ନାହିଁ । କାରଣ ସେମାନେ ଚୋରି କରିଥିବା ଏହି ଗୋଟିଏ ପାଦର ଜୋତାକୁ ନେବ କିଏ ?

Comments are closed.