Latest Odisha News

BREAKING NEWS

ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ; ମଧ୍ୟରାତ୍ର ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବ

ଭୁବନେଶ୍ୱର: ବାତ୍ୟାର ରୂପ ନେଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ।  ଗଭୀର ଅବପାତରେ ପରିଣତ ହେବା ପରେ ଆଜି ସକାଳେ ବାତ୍ୟାର ରୂପ ନେଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି ।

ବିଭାଗୀୟ ସୂଚନା ଅନୁଯାୟୀ, ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟା ମୋକା ପଶ୍ଚିମ-ଦକ୍ଷିଣପଶ୍ଚିମ ପୋର୍ଟବ୍ଲେୟାରଠାରୁ ୫୧୦ କିମି ଦୂରରେ ରହିଛି । ଆଜି ମଧ୍ୟ ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ।

ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ ଓ ମିଆଁମାର ମୁହାଁଇବାର ସମ୍ଭାବନା ରହିଛି । ୧୪ ତାରିଖ ପୂର୍ବାହ୍ନରେ ଏହା କୋକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ୧୨ ଓ ୧୩ ତାରିଖରେ  କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ରରେ ୧୦ରୁ ୧୨ଫୁଟ୍‌ ଉଚ୍ଚତାରେ  ଜୁଆର ଉଠିପାରେ ବୋଲି ପାଣିପାଗ ବିଭାଗ କହିଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରି ଦଆଯାଇଛି । ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି।

 

Comments are closed.