Latest Odisha News

BREAKING NEWS

ନଷ୍ଟ ହେବନି ଅସ୍ତି; ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ ପ୍ରତିଷ୍ଠା ହେବ ରାଜ୍ୟରେ ପ୍ରଥମ ବୋନ୍ ବ୍ୟାଙ୍କ

କଟକ: ରାଜ୍ୟରେ ପ୍ରଥମ ଅସ୍ତି(ବୋନ୍) ବ୍ୟାଙ୍କ କଟକରେ ଖୋଲିବାକୁ ଯାଉଛି। ଏଥିପାଇଁ ଏସ୍‌ସିବି ମେଡିକାଲ୍ କଲେଜ୍  ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗରେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍‌ ପାଇଁ ଟେଣ୍ଡର ଡକାଯାଇଛି। ଏସବୁ ସରିବା ପରେ ଆସନ୍ତା ୨୯ତାରିଖରେ ପରେ କଡ଼କ ବଡ଼ ଡାକ୍ତରଖାନାରେ ବୋନ୍ ବ୍ୟାଙ୍କ ଖୋଲାଯିବ ବୋଲି ସୂଚନା ମିଳିଛି।

ବୋନ୍ ବ୍ୟାଙ୍କ ପ୍ରତିଷ୍ଠା ହେବା ଦ୍ୱାରା ମଣିଷର ହାଡ଼ ନଷ୍ଟ ହେବନି। ଏହାକୁ ଷ୍ଟୋର କରି ରଖାଯାଇ ଅନ୍ୟ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯିବ। ବର୍ତ୍ତମାନ ଦୁର୍ଘଟଣା ବା ଅନ୍ୟ କୌଣସି ବଡ଼ ସମସ୍ୟାର ଅସ୍ତି କାଟି ଫିଙ୍ଗିବାକୁ ପଡ଼ୁଥିଲା। ଏବେ ତାହା ହେବନି। ଏହାକୁ ଷ୍ଟୋରି କରି ରଖାଯାଇ ଅନ୍ୟ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯିବ।

ଏନେଇ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବୋନ୍ ବ୍ୟାଙ୍କ ବ୍ୟବସ୍ଥା ଉପଲବ୍ଧ ନାହିଁ। ତେଣୁ ଖୁବ୍‌ଶୀଘ୍ର ଏସ୍‌ସିବିରେ ବୋନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ଅନେକ ଦିନ ପର୍ଯ୍ୟନ୍ତ ହାଡ଼ ବୋନ୍‌ ବ୍ୟାଙ୍କରେ ମହଜୁଦ ରଖାଯାଇପାରିବ। ବୋନ ବ୍ୟାଙ୍କ ପାଇଁ ଏବେ ଅସ୍ଥିଶଲ୍ୟ ବିଭାଗରେ ଏକ ଗୃହକୁ ପ୍ରସ୍ତୁତ କରାଯାଉଛି ବୋଲି ଡ. ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.