Latest Odisha News

BREAKING NEWS

ରଜରେ ଆସୁଛି ଅନୁଭବଙ୍କ ନୂଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’: ମ୍ୟୁଜିକ ରିଲିଜ

ଭୁବନେଶ୍ୱର: ରଜରେ ଆସୁଛି ଅନୁଭବଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରେମ, ରୋମାନ୍ସ, ସସପେନ୍ସ ଓ ଫାଇଟ୍ ରହିଛି, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ । ରଜ ତଥା ଜୁନ ୧୪ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଜଣାଯାଇଛି । ଏଥିରେ ଅନୁଭବଙ୍କ ନାୟିକା ସାଜିଛନ୍ତି ସ୍ୱପ୍ନା ପ୍ରିୟଦର୍ଶିନୀ । ଏହାର ଅନ୍ୟତମ ନାୟିକା ହେଲେ ସୈମ୍ୟା ସଚ୍ଚଦେବ ।

ନିକଟରେ ଏହି ଫିଲ୍ମର ମ୍ୟୁଜିକ୍ ରିଲିଜ୍ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏସପ୍ଲାନେଡ୍ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା ରିଲିଜ୍ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁପରଷ୍ଟାର ଅନୁଭବ ମହାନ୍ତି, ଅଭିନେତ୍ରୀ ସ୍ୱପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚ୍ଚି ମହାପାତ୍ର, ପ୍ରଯୋଜକ ଟୁଟୁ ନାୟକ, ଜ୍ୟୋତି ରଞ୍ଜନ ମହାନ୍ତି, ସଞ୍ଜୟ ମହାକୁଡ଼ ଉପସ୍ଥିତ ଥିଲେ । ପୂର୍ବରୁ ଏହି ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ୍ ହୋଇସାରିଛି , ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ତାପସ ସରଘରିଆ ନିଜେ ଫିଲ୍ମର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ଗୀତର ସ୍ୱର ସଜାଇଛନ୍ତି ବୈଦ୍ୟନାଥ ଦାଶ, ଅସଦ ନିଜାମ ଓ ସୋମେଶ ଶତପଥୀ ।

 

Comments are closed.