Latest Odisha News

BREAKING NEWS

ବିଶ୍ୱର ଏକ ନମ୍ବର ଜାଭେଲିୟନ ଥ୍ରୋୟର ହେଲେ ଭାରତର ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଜାଭେଲିନ ଖେଳାଳି ନୀରଜ ଚୋପ୍ରା ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଦ୍ୱାରା ଜାରୀ କରାଯାଇଥିବା ସଦ୍ୟ ର‌୍ୟାଙ୍କିଙ୍ଗରେ ସେ ପୁରୁଷ ବିଭାଗରେ ଶୀର୍ଷ ସ୍ଥ୍‌ାନ ହାସଲ କରିଛନ୍ତି । ସେ ବିଶ୍ୱ ଚାମ୍ପିୟନ ଗ୍ରେନେଡାର ଆଣ୍ଡରସନ ପିଟରଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ନୀରଜ ୧୪୫୫ ପଂଏଟ ପାଇଥିବା ବେଳେ ଆଣ୍ଡରସନ ୧୪୩୩ ପଂଏଟ ହାସଲ କରିଛନ୍ତି । ସେହିପରି ଚେକ ରିପବ୍ଲିକର ଜାକୁବ ଭାଲଡେଚ(୧୪୧୬), ଜର୍ମାନୀର ଜୁଲିଆନା ୱେବର(୧୩୮୫) ଓ ପାକିସ୍ତାନର ଅର୍ଶାଦ ନଦୀମ (୧୩୦୬)ଯଥାକ୍ରମେ ତୃତୀୟରୁ ୫ମ ସ୍ଥାନରେ ରହିଛନ୍ତି ।

ଚୋପ୍ରା ୨୦୨୩ ସିଜନରେ ନିଜସ୍ୱ ଶୈଳୀରେ ଆରମ୍ଭ କରିଛନ୍ତି । ଦୋହାରେ ଅନୁଷ୍ଠିତ ପ୍ରଥମ ଡାଇମଣ୍ଡ ଲିଗ ମିଟରେ ସେ ୮୮.୬୭ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ୨୫ ବର୍ଷୀୟ ଏହି ଭାରତୀୟ ଏବେ ନେଦରଲାଣ୍ଡରେ ଜୁନ ୪ରୁ ଆରମ୍ଭ ହେବାକୁ ଥିବା ଫାନୀ ବ୍ଲାଙ୍କର୍ସ-କୋଏନ ଗେମ୍ସରେ ଅଂଶଗ୍ରହଣ କରିବେ ।

Comments are closed.