Latest Odisha News

ମେକ୍ସିକୋରେ ଉଦଗୀରଣ ହେଲା ସବୁଠାରୁ ଭୟଙ୍କର ଆଗ୍ନେୟଗିରି

ମେକ୍ସିକୋ ସିଟି: ମେକ୍ସିକୋର ସବୁଠାରୁ ଭୟଙ୍କର ଜ୍ୱାଳାମୁଖୀ ପୁନର୍ବାର ଉଦଗୀରଣ ହୋଇଛି । ସେଂଟ୍ରାଲ ମେକ୍ସିକୋରେ ଥିବା ପପୋକେଟପେଟଲ ନାମକ ଏହି ଆଗ୍ନେୟଗିରି ଉଦଗୀରଣ ହେବା ପରେ ସମ୍ପୂର୍ଣ୍ଣ ଅଂଚଳରେ ଆଲର୍ଟ ଜାରୀ କରାଯାଇଛି । ସ୍କୁଲ ଓ ପାର୍କ ବନ୍ଦ କରାଯାଇଥିବା ବେଳେ ଏହା ଉପରେ ଯିବାକୁ ଥିବା ଫ୍ଲାଇଟ୍ସର ଉଡାନ ଉପରେ ରୋକ ଲଗାଯାଇଛି । ଆଗ୍ନେୟଗିରିର ୬୦ ମାଇଲ ପରିସରରେ ୨ କୋଟି ୫୦ ଲକ୍ଷ ଲୋକ ରହୁଛନ୍ତି । ମେକ୍ସିକୋର ନ୍ୟାଶନାଲ ସିଭିଲ ପ୍ରୋଟେକ୍ସନ କୋର୍ଡିନେଶନ ୟେଲୋ ଫେଜ ୩ ଆଲର୍ଟ ଜାରୀ କରିଛି । ଅତି ନିକଟରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଦୂରରେ ଥିବା ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମେ ୧୫ରୁ ଏହା ସକ୍ରିୟ ହେବା ଆରମ୍ଭ ହୋଇଥିଲା । ଏବେ ଏହା ଉତପ୍ତ ଲାଭା ବିସ୍ଫୋରଣ କରିବାରେ ଲାଗିଛି ।

୧୯୯୪ରେ ପ୍ରଥମ ଥର ପାଇଁ ପପୋକେଟପେଟଲ ଏହି ଜ୍ୱାଳାମୁଖୀ ସକ୍ରିୟ ହୋଇଥିଲା । ୧୯୯୪ ଓ ୨୦୦୦ରେ ଏଠାରେ ବଡ ଧରଣର ବିସ୍ଫୋଟ ହୋଇଥିଲା । ସୂଚନାଯୋଗ୍ୟ, ବିଶ୍ୱର ସବୁଠାରୁ ବଡ ସକ୍ରିୟ ଜ୍ୱାଳାମୁଖୀ ଇଟାଲୀର ମାଂଉଟ ଏଟନାରେ ରହିଛି । ସେହିପରି ସବୁଠାରୁ ବଡ ଆଗ୍ନେୟଗିରି ହାୱାଇର ମାଉନା ଲାଓରେ ରହିଛି ।

Comments are closed.